ଯୁବ ହଷ୍ଟେଲସର ବିଶ୍ୱ ପରିବେଶ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖା ଆନୁକୂଲ୍ୟରେ ତଥା ଭାରତ ସ୍କାଉଟ ଓ ଗାଇଡ ରାଉରକେଲା ଜିଲ୍ଲାର ସହଯୋଗରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଏକ ସାମୁହିକ ପଦଯାତ୍ରା ଆମ୍ବାଗାନ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିଠାରୁ ବାହାରି ସେକ୍ଟର-୨ ସ୍ଥିତ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିି ପର୍ଯ୍ୟନ୍ତ ଯାଇଥିଲା । ଭାରତୀୟ ଯୁବ ହଷ୍ଟେଲସ ରାଉରକେଲା ଶାଖାର ପରିବେଶ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଡ଼ଃ ଶକ୍ତି ପ୍ରସାଦ ସାମନ୍ତରାୟ ପତାକା ହଲାଇ ଏହି ପଦଯାତ୍ରାକୁ ଶୁଭାରମ୍ଭ କରିଥିଲେ । ୨୦୦ରୁ ଅଧିକ ପଦଯାତ୍ରୀ ସାମିଲ ଥିବା ଏହି ଅଭିଯାତ୍ରୀ ଦଳ ବିଭିନ୍ନ ସଚେତନତା ବାର୍ତ୍ତା ପ୍ଲାକାର୍ଡ, ଲିଫଲେଟ ଓ ବ୍ୟାନର ମାଧ୍ୟମରେ ସାଧାରଣ ଜନତାଙ୍କୁ ଅବଗତ କରାଇଥିଲେ । ସେକ୍ଟର-୨ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ନିକଟରେ ପହଞ୍ଚିଲା ପରେ ଯୁବ ହଷ୍ଟେଲସ ରାଉରକେଲା ଶାଖାର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଭାରତ ସ୍କାଉଟ ଓ ଗାଇଡର କମିଶନର ବଜେନ୍ଦ୍ର ଦାଶ ଯୋଗଦେଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ତଥା ବିଭିନ୍ନ ଦୈନଦିନ କାର୍ଯ୍ୟରେ ପରିବେଶ ସୁରକ୍ଷା ନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ଏବଂ ଏ ଦିଗରେ ନିଜ ନିଜର ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତ ସ୍କାଉଟ ଓ ଗାଇଡର ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ, ଯୁବ ହଷ୍ଟେଲସର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦେବାଶିଷ ମହାନ୍ତି ଓ ନୀଳମଣି ମହାପାତ୍ର ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଶୋଭାଯାତ୍ରାକୁ ଯୁବ ହଷ୍ଟେଲସ ରାଉରକେଲା ଶାଖାର ସମ୍ପାଦକ ନିରଞ୍ଜନ ସାମଲଙ୍କ ନେତୃତ୍ୱରେ ରମାକାନ୍ତ ମଲ୍ଲିକ, ଗୌରାଙ୍ଗ ପାହାଡି, ଅରୁଣ କୁମାର ସ୍ବାଇଁ, ଶିଶିର କୁମାର ପାଣି, ଶ୍ରୀବତ୍ସ ସାମଲ, ନରହରି ପଣ୍ଡା, ରବିନାରାୟଣ ପାତ୍ର, ହୃଷିକେଶ ନାୟକ, ରଂଜନ ଦୀକ୍ଷିତ, ଶାନ୍ତି ଦାସ, ସରିତା ସିଂହ, ବିଦିତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ପରେ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏକ ତର୍କ ପ୍ରତିଯୋଗିତା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରବୀଣ କୁମାର ଶର୍ମା ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । ଯୁବ ହଷ୍ଟେଲସର କାର୍ଯ୍ୟକ୍ରମ ସଂଯୋଜକ ଆଶିଷ ବିର୍ଶା ହେମ୍ରମ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଚାରକ ଭାବେ ସେଲ୍‌ର ଭୂତପୂର୍ବ ମୁଖ୍ୟ ମହାପ୍ରବନ୍ଧକ ବିଜୟ କୁମାର ସୋରେନ, ଆର୍‌ଏସ୍‌ପିର ପରିବେଶ ଇଞ୍ଜିନିୟରିଂ ବିଭାଗର ଭୂତପୂର୍ବ ବିଭାଗୀୟ ମୁଖ୍ୟ ଏସ ଏନ୍ ଖେସ ଏବଂ ରାଉରକେଲା ସ୍ୱୟଂ ଶାସିତ ସରକାରୀ ମହାବିଦ୍ୟାଳୟର ପ୍ରାଧ୍ୟାପକ ପାରେଶ୍ଵର ବିଶ୍ବାଳ ଯୋଗଦାନ କରିବା ସହିତ ଛାତ୍ରଛାତ୍ରୀମାନଙ୍କ ସହିତ ମତ ବିନିମୟ କରିଥିଲେ । ଏହି ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମୋହିତ ପଣ୍ଡା, ଶୁଭମ୍ ପାଢ଼ୀ, ଶ୍ୱେତ ସ୍ମିତା ପାଢ଼ୀ, ଜିଜ୍ଞାସା ପଟ୍ଟନାୟକ, ପ୍ରତୀକ୍ଷା ସ୍ବାଇଁ, ରିମଝିମ୍ ଘୋଷରାୟ, ସଞ୍ଚିତା କିରଣ, ପିୟୁସା ସିଂହଙ୍କୁ ଯୁବ ହଷ୍ଟେଲସ ରାଉରକେଲା ଶାଖାର ଉପସଭାପତି ପ୍ରତାପ କୁମାର ସ୍ବାଇଁ ପୁରସ୍କୃତ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ବୁଦ୍ଧ ଦେବ ବାସୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ମଞ୍ଚ ପରିଚାଳନା ଶ୍ରୀମା ମିଶ୍ର କରିଥିଲେ ଏବଂ ଶେଷରେ ଆଶିଷ ବିର୍ଶା ହେମ୍ରମ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ସରୋଜ ପଟ୍ଟନାୟକ, ସଚ୍ଚିଦାନନ୍ଦ ଲେଙ୍କା, ସମରକାନ୍ତ ମଲ୍ଲିକ, ପ୍ରକାଶ ଚନ୍ଦ୍ର ମିଶ୍ର, ପି ବି ସାଜି, ସୁଚିତ୍ରା ମଲ୍ଲିକ, ସୁଲୋଚନା ମିଶ୍ର, ଶାନ୍ତା କୋଲା, ଲୁସି ଦାସ, ମିନାକ୍ଷୀ ପାଢ଼ୀ,
ଶ୍ରଦ୍ଧାଶ୍ରୀ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.