om academy

ଗଡ଼ଶାହି ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଠାବ : ଦୁଇ ଦିନରୁ ନିଖୋଜ ଥିଲେ

କଣାସ : ପୋଖରୀରୁ ଯୁବକଙ୍କ ମୃତଦେହ ଠାବ । ପୁରୀ ଜିଲ୍ଲା କଣାସ ଥାନା ଗଡ଼ଶାହି ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି । ମୃତ ଜଣକ କଣାସ ଗଡ଼ଶାହି ଗାଁର ଦେବୀପ୍ରସାଦ ମିଶ୍ର(୨୦) । ଖବର ଅନୁଯାୟୀ, ଦେବୀ ପୂର୍ବରୁ କ୍ୟାନ୍ସର ରୋଗରେ ପୀଡିତ ଥିଲେ । କିଛି ଦିନ ପୂର୍ବେ ହସ୍ପିଟାଲ୍‌ରୁ ଚିକିତ୍ସା ହୋଇ ଗାଁକୁ ଆସିଥିଲେ । ଦୁଇ ଦିନ ହେବ ସେ ନିଖୋଜ ହୋଇଯାଇଥିଲା । ପରିବାର ପକ୍ଷରୁ ବହୁ ଖୋଜା ଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲେ । ଶେଷରେ ମଙ୍ଗଳବାର ଦିନ ସକାଳୁ ଗାଁ ଲୋକେ ପୋଖରୀ ବାଟ ଦେଇ ଯାଉଥିଲେ । ଏହି ସମୟରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀମାନେ ତୁରନ୍ତ କଣାସ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

fourteen + nineteen =