ପୋଲିସ ଚେକିଂ ବେଳେ କାର ଭିତରୁ ୫ ଲକ୍ଷ ଟଙ୍କା ଜବତ

ବଲାଙ୍ଗିର : ପୋଲିସ ଚେକିଂ ବେଳେ କାର ଭିତରୁ ୫ ଲକ୍ଷ ଟଙ୍କା ଜବତ । ବଲାଙ୍ଗିର-ଦେଓଗାଁ ରାସ୍ତାର ବିଜାଖମନ ନିକଟରୁ ନଗଦ ୫ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ନିର୍ବାଚନ ପାଇଁ ବଲାଙ୍ଗିର ପୋଲିସ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଥିବା ବେଳେ ଏଥିରେ ମିଳିଛି ବଡ଼ ସଫଳତା । କାର୍ ଭିତରୁ ନଗଦ ୫ ଲକ୍ଷ ଟଙ୍କା ଜବତ ହେବା ପରେ ଏହାକୁ ଫ୍ଲାଇଂ ସ୍କ୍ୱାଡକୁ ହସ୍ତାନ୍ତର କରିଛି ପୋଲିସ । ତେବେ କାରଟି କେଉଁଠାରୁ କେଉଁ ସ୍ଥାନକୁ ଯାଉଥିଲା, ସେଥିରେ ଏତେ ଟଙ୍କା କାହିଁକି ନିଆଯାଉଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିିଁ ।

Leave A Reply

Your email address will not be published.

4 + 10 =