ଭାରୀଯାନ ମଧ୍ୟରେ ଚାପି ହୋଇ ଟ୍ରେଲର ଚାଳକ ମୃତ

ବଡ଼ବିଲ : କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା କାଟେସାହି ରାସ୍ତାର କୋହ୍ଲରୋଡ଼କଳା ଛକ ନିକଟରେ ଥିବା ପାର୍କିଂସ୍ଥଳରେ ଦୁଇଟି ଭାରୀଯାନ ମଧ୍ୟରେ ଚାପି ହୋଇଯିବାରୁ ‌ଜଣେ ଟ୍ରେଲର ଚାଳକଙ୍କ ମୃତ୍ୟୁ ଘଟିଛି । ତେବେ ମୃତକ ହେ‌ଲେ ବାବୁଲା ଯାଦବ (୩୩) । କୋହ୍ଲରୋଡ଼କଳା ଛକ ନିକଟରେ ଥିବା ପାର୍କିଂସ୍ଥଳରେ ଗତକାଲି ଅନେକ ଟ୍ରକ୍‌ ଓ ଟ୍ରେଲର ଛିଡ଼ା ହୋଇଥିଲା । ଟ୍ରେଲରକୁ ଷ୍ଟାର୍ଟରେ ରଖି ଚାଳକ ବାବୁଲା ତଳେ ଛିଡ଼ା ହୋଇଥିଲେ । ଏହି ସମୟରେ ଟ୍ରେଲରଟି ଆଗକୁ ଗଡ଼ିବାକୁ ଲାଗିଲା । ଚାଳକ ଗାଡ଼ି ଅଟକାଇବା ପାଇଁ କ୍ୟାବିନ୍‌ରେ ଚଢ଼ିବା ସମୟରେ ସମ୍ମୁଖରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ମଝିରେ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ରୁଗୁଡ଼ି ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ଛି ।

Leave A Reply

Your email address will not be published.

fifteen + 17 =