ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ : କ୍ଷତିପୂରଣ ଦାବି ନେଇ ରାସ୍ତାରୋକ କଲେ ଗ୍ରାମବାସୀ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଭବାନୀପାଟଣା–ରାଇପୁର ୧୬ ନମ୍ବର ରାଜ୍ୟ ରାଜପଥର ଶୁଣ୍ଢିମୁଣ୍ଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ ମଙ୍ଗଳବାର ଭୋର ସମୟ ୩ଟାରୁ ୪ ଘଣ୍ଟା ସମୟରେ ଶୁଣ୍ଢିମୁଣ୍ଡା ଗ୍ରାମର ଭୁଦେବ ଗହୀର (୩୫) କୌଣସି କାମ ପାଇଁ ଘରୁ ଚାଲିଚାଲି ବାହାରକୁ ଯାଇଥିବା ବେଳେ କୌଣସି ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏହାକୁ ନେଇ ଗ୍ରାମବାସୀ ସକାଳୁ ସକାଳୁ ୧୬ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ । ରାସ୍ତା ବନ୍ଦ ଥିବାରୁ ଯାନବାହାନ ଅଟକି ରହିଥିଲା । ଖବର ପାଇ ସିନ୍ଧେକେଲା ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଉପସ୍ଥିତ ଥିବା ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିବା ସୂଚନା ରହିଛି ।

Leave A Reply

Your email address will not be published.

nine − 2 =