ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳା ମଂଚରେ ପ୍ରଦର୍ଶିତ ହେଲା ଲକ୍ଷ୍ମଣ ଶକ୍ତିଭେଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ଗତ ରାତିରେ ମଂଚସ୍ଥ ହୋଇଛି ଲକ୍ଷ୍ମଣଙ୍କ ଶକ୍ତିଭେଦ । ମାତା ଜାନକୀଙ୍କୁ ଉଦ୍ଧାର କରିବା ପାଇଁ ବାନର ସେନାଙ୍କ ସହ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଯୁଦ୍ଧ ମଇଦାନକୁ ଓହ୍ଲାଇ ରାବଣ ସହିତ ଘନଘୋର ଯୁଦ୍ଧରେ ଥିବା ବେଳେ ଲକ୍ଷ୍ମଣଙ୍କ ଶକ୍ତିଭେଦ ଦୃଶ୍ୟ ଦର୍ଶକମାନଙ୍କୁ ବିମୋହିତ କରିଛି । ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଛନ୍ତି ସାଲେପାଲିର ଆନନ୍ଦ ମିଶ୍ର । ଲକ୍ଷ୍ମଣ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇ ନିଜକୁ ଧନ୍ୟ ମଣନ୍ତି ବୋଲି ଆନନ୍ଦ ମତବ୍ୟକ୍ତ କରନ୍ତି । ଜଗନ୍ନାଥପଡ଼ା ରାମଲୀଳାର ଗୁରୁ ହେଉଛନ୍ତି ବାଳମୁକୁନ୍ଦ ବେହେରା । ତାଙ୍କ ଦିଗ୍‌ଦର୍ଶନରେ ରାମଲୀଳାରେ ଉଚ୍ଚକୋଟୀର ଅଭିନୟ କରୁଛନ୍ତି କଳାକାରମାନେ । ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରୁଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ରୁଦ୍ର ନାରାୟଣ ପଟେଲ । ସୀତା ଭୂମିକାରେ ଅଛନ୍ତି ଉଚ୍ଚ ଶିକ୍ଷିତ ଯୁବକ ମାନସ ରଂଜନ ସାହୁ । ତେବେ ସଂସ୍କୃତି, ପରମ୍ପରାକୁ ଉଜ୍ଜୀବିତ କରିବା ଦିଗରେ ଜଗନ୍ନାଥପଡ଼ାର ଅଭିନବ ପ୍ରୟାସକୁ ସାରା ପଶ୍ଚିମ ଓଡ଼ିଶାରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.

14 − three =