pakka

ବିଦ୍ୟୁତ୍ ବିଲରେ ଦ୍ଵନ୍ଦ ବୋଲି କାଟି ଦେଲେ ଲାଇନ୍ : ୫ଦିନ ହେଲା ନେଟୱର୍କ ସେବାରୁ ବଞ୍ଚିତ ଉପଭୋକ୍ତା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କୁଡାସିଂହାରେ ଥିବା ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ୫ଦିନ ହେଲା ବିଏସ୍‌ଏନ୍‌ଏଲ୍ ଓ ଜିଓ ନେଟୱର୍କ ସେବା ମିଳୁନଥିବା କୁଡ଼ାସିଂହା ଅଞ୍ଚଳର ନେଟୱର୍କ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି । ବିଏସ୍‌ଏନ୍‌ଏଲ୍‌ ଅଫିସର ଗୋଟିଏ ଟାୱାରରେ ଉଭୟ ବିଏସ୍‌ଏନ୍‌ଏଲ୍ ଓ ଜିଓ ଟାୱାର ଲଗାଯାଇଛି । ହେଲେ ୫ଦିନ ହେଲା ଉଭୟ ନେଟୱର୍କ ସେବା ବନ୍ଦ ରହିଛି । ଏହାର କାରଣ କଣ ବୋଲି ତଦନ୍ତ କରିବା ପରେ ଜଣାପଡିଛି ଯେ, ଏହି ବିଏସ୍‌ଏନ୍‌ଏଲ୍‌ ଅଫିସର ବିଦ୍ୟୁତ୍ ବିଲକୁ ନେଇ ଉଭୟ ଟାୱାର ଅଫିସ ଓ ବିଦ୍ୟୁତ୍ ବିଭାଗ ମଧ୍ୟରେ ଦ୍ଵନ୍ଦ ରହି ଥିବାରୁ ଏହି ଟାୱାର ହାଉସକୁ ପ୍ରାୟ ୫ଦିନ ହେଲା ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯାଇଥିବା ଜଣାପଡିଛି । ଏହାଦ୍‌ଦ୍ୱାରା ଉଭୟ ବିଏସ୍‌ଏନ୍ଏଲ୍‌ ଓ ଜିଓ ସିମ୍ ଟାୱାର ଆସୁନଥିବାରୁ ଅଞ୍ଚଳର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖୁବ୍ ଶୀଘ୍ର ନେଟୱର୍କ ସେବା ଯୋଗାଇ ଦେବାକୁ ଅଞ୍ଚଳର ବିଏସ୍‌ଏନ୍‌ଏଲ୍‌ ଓ ଜିଓ ନେଟୱାର୍କର ଉପଭୋକ୍ତା ଦାବୀ କରୁଛନ୍ତି ।

jay balangir
Leave A Reply

Your email address will not be published.

thirteen − 10 =

error: Content is protected !!