pakka

ନବୀନଙ୍କ ନିର୍ବାଚନ ମଣ୍ଡଳୀ ରୀତାଙ୍କ ସାମ୍ରାଜ୍ୟରେ କଲେଜ ରାସ୍ତା ପାଲଟିଛି ମରଣଯନ୍ତା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀକୁ ଖୋଦ ମୁଖ୍ୟମନ୍ତ୍ରୀ ନିଜର ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ ଭାବେ ଘୋଷଣା କରିଥିଲେ । ଦୀର୍ଘ ଦିନ ହେବ ବିଜେପୁର କଲେଜ ରାସ୍ତା ବେଶ ଶୋଚନୀୟ ହୋଇ ପଡିରହିଥିବା ଦେଖିବାକୁ ମିଳିଛି କିନ୍ତୁ ଏଥି ପ୍ରତି କୌଣସି ନେତୃବୃନ୍ଦ କି ପ୍ରଶାସନ ଦେଖି ଅଣଦେଖା କରୁଛନ୍ତି । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଜେପୁର-ପଦ୍ମପୁର ରାସ୍ତାର କଲେଜଛକରୁ କଲେଜ ଯିବା ରାସ୍ତା ଅତି ଶୋଚନୀୟ ହୋଇ ପଡିରହିଛି । ଏହି ରାସ୍ତା ମଧ୍ୟରେ ବିଜେପୁର ଆରଡି କାର୍ଯ୍ୟାଳୟ, କୃଷି ବିଭାଗ କାର୍ଯ୍ୟାଳୟ ଏବଂ ବିଜେପୁର ବ୍ଲକ ଅତ୍ୟଧିକ ଲୋକ ତହସିଲ କାର୍ଯ୍ୟାଳୟ କିମ୍ବା ବ୍ଲକ କାର୍ଯ୍ୟାଳୟକୁ ଯିବା ପାଇଁ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିଥାନ୍ତି । ଜନପ୍ରତିନିଧି ତଥା ବ୍ଲକ ପ୍ରଶାସନକୁ ଜନସାଧାରଣ ରାସ୍ତା ମରାମତି ପାଇଁ ଅନେକ ଥର ଅବଗତ କରିଥୁଲେ ସୁଦ୍ଧା କେହି ଏ ପ୍ରତି ଧ୍ୟାନ ଦେଉନଥିବା ଦେଖିବାକୁ ମିଳିଛି । ଯାହାକି ଦୁଃଖଦ ଘଟଣା । ଏହି ରାସ୍ତାଟି ବିଜ୍ଞାପିତ ଅଂଚଳ ପରିସର ଭୁକ୍ତ । ରାଜ୍ୟ ସରକାର ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଓ ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ରାସ୍ତା କାମକୁ ଗୁରୁତ୍ୱ ଦେଉଥିବା ବେଳେ ଏହି ରାସ୍ତା ପ୍ରତି ଅଣଦେଖାକୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ରାସ୍ତାଟି ଖାଲଖମା ପରିପୂର୍ଣ୍ଣ ହେବା ସହିତ ପଥର ଗୁଡିକ ଏଣେତେଣେ ପଡିରହିଛି । ଯାହା ଫଳରେ ଦୈନଦିନ ଛୋଟବଡ ଦୁର୍ଘଟଣାମାନ ଘଟୁଥିବା ଦେଖିବାକୁ ମିଳୁଛି ।

jay balangir
Leave A Reply

Your email address will not be published.

four − two =

error: Content is protected !!