pakka

ଆଇସିଆଇସିଆଇ ଫାଉଣ୍ଡେସନ ପକ୍ଷରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ହସ୍ତରେ ୧୦ଟି ଅକ୍ସିଜେନ ସାନ୍ଦ୍ରକ ପ୍ରଦାନ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କରୋନା ମୁକାବିଲା କାର୍ଯ୍ୟକ୍ରମକୁ ଅଧିକ ସଶକ୍ତ କରିବା ପାଇଁ ଜାତୀୟକରଣ ବ୍ୟାଙ୍କ ଆଇସିଆଇସିଆଇ ଫାଉଣ୍ଡେସନ ପକ୍ଷରୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ୧୦ଟି ଅମ୍ଳଜାନ ସାନ୍ଦ୍ରକ ପ୍ରଦାନ କରାଯାଇଛି । ପ୍ରତ୍ୟେକ ସାନ୍ଦ୍ରକର କ୍ଷମତା ୧୫ ଲିଟର ହୋଇଥିବା ବେଳେ ମୂଲ୍ୟ ଏକ ଲକ୍ଷ କୋଡିଏ ହଜାର ଟଙ୍କା । ବୋଲି କୁହାଯାଇଛି । ଆଇସିଆଇସିଆଇ ବ୍ୟାଙ୍କର ଆଞ୍ଚଳିକ ଶାଖାମୁଖ୍ୟ ଅମିୟ କୁମାର ନାୟକ ଛତ୍ରପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଏହି ଅମ୍ଳଜାନ ସାନ୍ଦ୍ରକ ଗୁଡିକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ହସ୍ତାନ୍ତର କରିଥିଲେ । ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଓ ସାହେବ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଆଇସିଆଇସିଆଇ ବ୍ୟାଙ୍କର ଆନୁଷ୍ଠାନିକ ବ୍ୟବସାୟ ମୁଖ୍ୟ ମନୋଜ ଦାସ, ଛତ୍ରପୁର ଶାଖା ପରିଚାଳକ ଲକ୍ଷ୍ମୀ ନାୟକ, ବ୍ରହ୍ମପୁର ମୁଖ୍ୟ ଶାଖାର ପରିଚାଳକ ପତିତପାବନ ପାଢୀ, ବଡ ବଜାର ଶାଖା ପରିଚାଳକ ଅଶୋକ ବିଶୋୟୀ, ମେଡିକାଲ କଲେଜ ରୋଡ ଶାଖା ପରିଚାଳକ କେ ପ୍ରବୀଣ କୁମାର, ଗୋସାଣି ନୂଆଗାଁ ଶାଖା ପରିଚାଳକ ସୂର୍ଯ୍ୟ ଶତପଥୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

one × five =

error: Content is protected !!