pakka

ଚଳିତ ବର୍ଷର +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଆସନ୍ତା ଜୁଲାଇ ୩୧ରେ ପ୍ରକାଶ ପାଇବ

bbehera

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଚଳିତ ବର୍ଷର +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଆସନ୍ତା ଜୁଲାଇ ୩୧ରେ ପ୍ରକାଶ ପାଇବ । ୩୧ ତାରିଖ ଦିନ ସନ୍ଧ୍ୟାରେ ପରୀକ୍ଷା ଫଳ ପ୍ରକାଶିତ ହେବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବାରେ ଅଧିକ ସମୟ ଆବଶ୍ୟକ ଥିବାରୁ ଏହାର ରେଜଲ୍ଟ ପ୍ରକାଶନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଏହି ଉଭୟ ପାଠ୍ୟକ୍ରମର ଫଳାଫଳ ଜୁଲାଇ ୩୧ ତାରିଖ ପରେ ପ୍ରକାଶ ପାଇବ । ଏଥିପାଇଁ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ପିଟିସନ୍ ଦାୟର କରାଯାଇଛି । ସୁପ୍ରିମକୋର୍ଟ ଜୁଲାଇ ୩୧ ତାରିଖ ସୁଦ୍ଧା +୨ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇଁ କହିଥିଲେ । କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ଖୁବଶୀଘ୍ର ପ୍ରକାଶ କରିବା ପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଥିବା ମାଧ୍ୟମିକ ପରିଷଦ ସୂତ୍ରରୁ ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

one × 2 =

error: Content is protected !!