pakka

ନିଟ୍‌-ପିଜି ଏକ୍‌ଜାମ୍‌ କାଉନ୍‌ସିଲିଙ୍ଗ୍‌ରେ ସରକାରଙ୍କ ଟାଳଟୁଳ ନୀତି ଯୋଗୁ ବିଲମ୍ୱକୁ ବିରୋଧ କରୁଥିବା ଛାତ୍ରଙ୍କ ଉପରେ ହୋଇଥିବା ପୋଲିସ ଜୁଲୁମ୍ ସମ୍ବନ୍ଧେ ବିଡିଓଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବିଡିଓ ସଦାଶିବ ନାଏକଙ୍କ ଜରିଆରେ ନିଟ୍‌-ପିଜି ଏକ୍‌ଜାମ୍‌ କାଉନ୍‌ସିଲିଙ୍ଗ୍‌ରେ ସରକାରଙ୍କ ଟୁଳଟାଳ ନୀତି ଯୋଗୁ ବିଳମ୍ବଙ୍କୁ ବିରୋଧ କରୁଥିବା ଡାକ୍ତରୀଛାତ୍ରଙ୍କ ଉପରେ ଗତ ୨୭ ତାରିଖରେ ହୋଇଥିବା ପୋଲିସ ଜୁଲୁମ୍ ସମ୍ବନ୍ଧରେ ବିଜେଡି କର୍ମୀ ଜଗଦୀଶ ଗର୍ଗ ପ୍ରଧାନମନ୍ତ୍ରୀଙ୍କୁ ଏକ ନିବେଦନ ପତ୍ର ପ୍ରଦାନ କରିଛନ୍ତି । ସୁଚନାଯୋଗ୍ୟଯେ ଏକ ବର୍ଷ ହେଲା ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଦେଶରେ ସ୍ନାତକୋତ୍ତର ଡାକ୍ତରୀଛାତ୍ରଙ୍କ ପରୀକ୍ଷା ଓ ପରାମର୍ଶ କାଉନସେଲିଂ କରାଯାଉ ନାହିଁ । ଏହା ଦ୍ୱାରା ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଯେଉଁ ଏକ ଆଘାତ ଲାଗିଛି ତାହା ଅପୂରଣୀୟ ଓ ଅତି ଦୁର୍ଭାଗ୍ୟ ଜନକ । କାରଣ ଦେଶ ୫୦୦୦୦ ସ୍ନାତକୋତ୍ତର ବିଶେଷଜ୍ଞ ଡାକ୍ତର ସବୁ ଦିନ ପାଇଁ ହରାଇ ଦେଇଛି । ଦେଶରେ ଡାକ୍ତରମାନଙ୍କ ସର୍ବଦା ଅଭାବ ରହି ଆସୁଥିବା ସ୍ଥଳେ ସରକାର ଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ଗ୍ରହଣ କରିପାରି ନଥିବାରୁ ସମଗ୍ର ଦେଶକୁ ତାହାର ମୂଲ୍ୟ ଦେବାକୁ ପଡୁଛି । ଗତ ୨୭ ତାରିଖ ଦିନ ଦେଶର ରାଜଧାନୀରେ ଆନ୍ଦୋଳନ ରତ ଡାକ୍ତରମାନଙ୍କ ଉପରେ ପୋଲିସର ବଳ ପ୍ରୟୋଗ ଅତ୍ୟନ୍ତ ନିନ୍ଦନୀୟ । ଗଣତନ୍ତ୍ର ରାଷ୍ଟ୍ରରେ ଦେଶର ଡାକ୍ତର (ଯାହାକୁ ଦ୍ୱିତୀୟ ଭଗବାନର ସ୍ଥାନ ଦିଆଯାଏ)ମାନଙ୍କ ଅପମାନ କରିବା ବହୁତ ନିନ୍ଦନୀୟ । ସରକାରଙ୍କ କୌଣସି କାନୁନ୍‌କୁ ଗଣତାନ୍ତ୍ରିକ ପଦ୍ଧତିରେ ସତ୍ୟାଗ୍ରହ କରି ବିରୋଧ କରିବା ଅଧିକାର ପ୍ରତେକ ଭାରତୀୟଙ୍କୁ ସମ୍ୱିଧାନ ଦେଇଛି । ହେଲେ ଗଣମାଧ୍ୟମ ପ୍ରକାଶିତ ଖବର ଅନୁଯାୟୀ ଶକ୍ତି ପୂର୍ଣ୍ଣ ଭାବରେ ସତ୍ୟାଗ୍ରହ କରୁଥିବା ଡାକ୍ତରୀଛାତ୍ରଙ୍କ ଉପରେ ପୋଲିସ ଜୁଲୁମ୍ ନିନ୍ଦନୀୟ । ଆନ୍ଦୋଳନ ରତ ନିର୍ଦୋଶ ଛାତ୍ରଛାତ୍ରୀଙ୍କୁ ପୁରୁଷ ପୋଲିସ ମାଡ ମାରିବା ଧକ୍କା ଦେବା ଟଣାଓଟରା କରିବା ପୋଲିସ ହାଜତ୍‌କୁ ନେଇ ଅପମାନିତ କରିବା ଆଦୌ ଉଚିତ୍ ନୁହେଁ । ଏଣୁ ଏ ଘଟଣାର ଉଚ୍ଚ ସ୍ତରୀୟ ଯାଞ୍ଚ କରି ଦୋଷୀ ପୋଲିସ ଅଧିକାରୀ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିବେଦନରେ ଉଲ୍ଲେଖ କରିଥିବା ବେଳେ ଶ୍ରୀ ଗର୍ଗ ନିବେଦନ ପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

6 + 20 =