pakka

ୟେସ ଫାଉଣ୍ଡେସନ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଦକ୍ଷତା ବୃଦ୍ଧି ତାଲିମ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରଡୋଲ ଓ ବିଜେପୁର ମଧ୍ୟପଡା କଲ୍ୟାଣ ମଧ୍ୟପଡା କଲ୍ୟାଣ ମଣ୍ଡପଠାରେ ୟେସ୍‌ ଫାଉଣ୍ଡେସନ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆଜି ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଯୁଗଳ କିଶୋର ପଟ୍ଟନାୟକ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମହାଶକ୍ତି ଫାଉଣ୍ଡେସନ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ରୋଜାଲିନ ଭୂୟାଁ, ଉପସଭାପତି ମହାଶକ୍ତି ଫାଉଣ୍ଡେସନ ଯୋଗଦାନ କରିଥିଲେ । ବୁଣାକାରମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଆବଶ୍ୟକ ହେଉଥିବା କୌଶଳଗୁଡିକ ମୋହନ କୁମାର ବଳିୟାର ସିଂ ଆଲୋଚନା କରିଥିଲେ । ଶିବିରରେ ବିଜେପୁର ଅଂଚଳର ବୁଣାକାରମାନେ ଯୋଗଦାନ କରିଥିଲେ । ଶେଷରେ ରବି ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

14 − two =