ଲୋଇସିଂହାରେ ଲୋକ ନାଟକ ମହୋତ୍ସବ – ୨୦୨୪ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ସହାୟତାରେ ତଥା ଲୋଇସିଂହା ସ୍ଥିତ ସୁରସଂଗମ୍ ସାଂସ୍କୃତିକ ସାଂସଦ ତରଫରୁ ସ୍ଥାନୀୟ ମିଶନ ଶକ୍ତି ଭବନଠାରେ ଲୋକ ନାଟକ ତଥା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜ୍ୟୋସ୍ନାମୟୀ ନାଗ, ଶିକ୍ଷାବିତ୍ ଚମରା ଚୌହାନ, ଗୁରୁଚରଣ ଧିର, ସୁବଳ ସାହୁ, ଗୌରିଶଙ୍କର ବେଜ୍ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ନାଟକ କାହିଁକି ଆମେ କରିବା ଆଲୋଚନାଚକ୍ରରେ କଣ୍ଠଶିଳ୍ପୀ ଶିବାନନ୍ଦ ତ୍ରିପାଠୀ, ପ୍ରକାଶ ଥନାପତି, ଅନୁପମା ମିଶ୍ର, ସ୍ୱରୂପା ସିଂ ଯୋଗଦେଇ ମତ ରଖିଥିଲେ । ଅନୁଷ୍ଠାନର ସଭାପତି ନିଶାର ଅହମ୍ମଦ ନିଶାରଙ୍କ ଅଧ୍ୟକ୍ଷତାରେ ତଥା ନିହାର ରଞ୍ଜନ ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୯ଟି ନୃତ୍ୟ ଦଳ ଓ ୫ଟି ଲୋକ ନାଟକ ଦଳ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କଳାକାରମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସରୋଜ ମହାକୁର ସଂଯୋଜନା କରିଥିବା ବେଳେ ଦେବେନ୍ଦ୍ର ମିସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

thirteen − 10 =

error: Content is protected !!