pakka

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ : ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବେ

bbehera

ନୂଆଦିଲ୍ଲୀ : ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏକ ଟୁଇଟ୍‌ରେ ଏହି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଦ୍ରୌପଦୀ ମୁର୍ମୁ ଜୀଙ୍କୁ ସେ ଭେଟିଛନ୍ତି । ରାଷ୍ଟ୍ରପତି ପଦ ପାଇଁ ତାଙ୍କର ପ୍ରାର୍ଥୀ ଦେଶ ତଥା ସମାଜର ସମସ୍ତ ବିଭାଗ ଦ୍ୱାରା ପ୍ରଶଂସିତ ହେଉଛି । ତୃଣମୂଳ ସ୍ତରର ସମସ୍ୟାଗୁଡିକ ବିଷୟରେ ତାଙ୍କର ବୁଝାମଣା ଏବଂ ଭାରତର ବିକାଶ ପାଇଁ ତାଙ୍କର ଦୃଷ୍ଟିକୋଣ ଅତୁଳନୀୟ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ ହେବା ପରେ ଦ୍ରୌପଦୀ ମୁର୍ମୁ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଶୁକ୍ରବାର ଦିନ ନାମାଙ୍କନପତ୍ର ଦାଖଲ କରିବେ । ରାଷ୍ଟ୍ରପତି ପଦ ପାଇଁ ମତଦାନ ଜୁଲାଇ ୧୮ ରେ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବ ।

Leave A Reply

Your email address will not be published.

1 × 3 =