ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ବିଜେପୁର ଗ୍ରାମ ଦୁର୍ଗାମନ୍ଦିର ପରିସରରେ ପ୍ରସିଦ୍ଧ ବିଜେପୁର ମାଟିର ବିଶିଷ୍ଟ ସଂକୀର୍ତ୍ତନ ଗୁରୁ ସ୍ୱର୍ଗତ ବିଷ୍ଣୁ ବଗର୍ତ୍ତୀଙ୍କ ସ୍ମୁତିରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଏବଂ ଗୀତାଯଜ୍ଞ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ନାମଯଜ୍ଞରେ କାର୍ଣ୍ଣିଖୁଟି, ତରାସିଂହା, କପିଳାଭଟା, କଶୃପଡା, ଶିକାପତ୍ରାପାଲି, ଲାଞ୍ଜିଖଏରମାଲ, ସାଲେପାଲି ଆଦି ୮ ଗୋଟି ଅଂଶ ଗ୍ରହଣ କରି ପ୍ରଭୁ ନାମଗାନ କରିଥିଲେ । ଉକ୍ତ ଯଜ୍ଞରେ ସ୍ୱର୍ଗତ ବିଷ୍ଣୁ ବଗର୍ତ୍ତୀଙ୍କ ସୁପୁତ୍ର ବିନୋଦ ବଗର୍ତ୍ତୀ ଓ ତାଙ୍କ ଧର୍ମପତ୍ନୀ ଯଶୋବନ୍ତି ବଗର୍ତ୍ତୀ କର୍ତ୍ତା ହିସାବରେ ଦାୟିତ୍ୱ ତୁଲାଇ ଥିବା ବେଳେ ପୂଜକ ଭାବେ ସଞ୍ଜୟ ପଣ୍ଡା ଏବଂ ସହଯୋଗୀ ଯଜ୍ଞ ସଂମ୍ପନ୍ନ କରିଥିଲେ । ବଲାଙ୍ଗୀର ଜିଲ୍ଲା ସମେତ କଳାହାଣ୍ଡି, ବରଗଡ଼, ନୂଆପଡା ଆଦି ଜିଲ୍ଲା ର ବହୁ ଶ୍ରଦ୍ଧାଳୁ ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସ୍ୱର୍ଗତ ବିଷ୍ଣୁ ବଗର୍ତ୍ତୀଙ୍କ ଅନେକ ଶିଷ୍ୟ ଦୂରଦୁରାନ୍ତୁରୁ ଆସି ଯୋଗଦାନ କରିଥିଲେ । ବିଷ୍ଣୁ ବଗର୍ତ୍ତୀଙ୍କ ସ୍ମୃତିରେ ଶ୍ରଦ୍ଧାଳୁ ମାନଙ୍କ ଅଶ୍ରୁ ଧାରା ବହି ଯାଇଥିଲା । ଗୁରୁ ସନକ ଦାସ ଏବଂ ସହଯୋଗୀ ଗୀତା ଯଜ୍ଞରେ ଆହୁତି ପ୍ରଦାନ କରିଥିଲେ । ବିଜେପୁର ଗାଁର ଶରତ ବଗର୍ତ୍ତୀ, ବସନ୍ତ ବଗର୍ତ୍ତୀ, ସୋମନାଥ ବଗର୍ତ୍ତୀ, ଅଶୋକ ବଗର୍ତ୍ତୀ, ଧରମ ସିଂ ବଗର୍ତ୍ତୀ, ନୀଳକଣ୍ଠ ବଗର୍ତ୍ତୀ, ବ୍ରହ୍ମାନନ୍ଦ ବାଗ, ରସାନନ୍ଦ ବଗର୍ତ୍ତୀ, ରାଜେଶ ବଗର୍ତ୍ତୀ, କୁମରନନ୍ଦ ବଗର୍ତ୍ତୀ,ପିତାମ୍ବର ବଗର୍ତ୍ତୀ, ବିପିନ ବଗର୍ତ୍ତୀ, ତଥା ସମସ୍ତ ଗ୍ରାମବାସୀ ଏବଂ ବିଷ୍ଣୁ ବଗର୍ତ୍ତୀଙ୍କ ଝିଅ କାନ୍ତି ବାଗ, ସୁରୁକାନ୍ତି ବାଗ ଏବଂ ଜ୍ୱାଇଁ ଚକ୍ର ବାଗ, ଶ୍ୟାମ ସୁନ୍ଦର ବାଗ ପ୍ରମୁଖ କାର୍ଯ୍ୟନିର୍ବାହ କରିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନ ହେଇଥିବାରୁ ଗୋଟିଏ ପ୍ରକାର ଉତ୍ସବ ମୁଖର ମାହୋଲ ହୋଇପଡିଛି ।