om academy

ଦୀର୍ଘଦିନ ହେଲା ଅଚଳ ହୋଇ ପଡିରହିଛି ନଳକୂପ

jsm

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ଗ୍ରାମର ଅମାତ ସାହିର ନଳକୂପ ଦୀର୍ଘ ୧୦ ଦିନ ହେବ ଅଚଳ ଅବସ୍ଥାରେ ପଡିରହିଛି, ଯାହାଫଳରେ ଗୋଟାଏ ନଳକୂପରେ ନିର୍ଭର ପଡାଲୋକ ବର୍ତ୍ତମାନ ପାଣି ବୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ କୂଅ ପାଣି ସୁଖୀ ଯାଇଥିବା ବେଳେ କେବଳ ନଳକୂପ ଉପରେ ଖାଇବା ପାଣି ପାଇଁ ନିର୍ଭର କରୁଛନ୍ତି । ଏ ସମ୍ପର୍କରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କଲେ ଦାୟିତ୍ୱରେ ଥିବା ଅଧିକାରୀ ତାଙ୍କ କଥା ମାନୁ ନଥିବା ଅସହାୟ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଆଜି ଲୋକ ପଠାଇ ମରାମତି କରିଦେବା କଥା କହିଛନ୍ତି । ପଡ଼ା ଲୋକ କହିବା ଅନୁସାରେ ଏମିତି କହି, କହି ୧୦ ଦିନ ବିତିଯାଇଥିଲେ ବି କେହି ଶୁଣୁନଥିବା କଥା କହିଛନ୍ତି । କୋଭିଡ ଭଳି ସ୍ଥିତିରେ ବିଭାଗ ଏଭଳି ମନୋଭାବ କେତେଦୂର ଠିକ୍‌, ଲୋକେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.