om academy

ଗୌଉନ୍ତିଆ ତଥା ବିଶିଷ୍ଟ ସମାଜସେବୀ ଭକ୍ତବନ୍ଧୁ ବର୍ଗେଙ୍କ ପରଲୋକ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ତୁଲସୀ ଡୁଙ୍ଗୁରୀ ଗ୍ରାମର ଗୈାଉନ୍ତିଆ ତଥା ବିଶିଷ୍ଟ ସମାଜସେବୀ ଭକ୍ତବନ୍ଧୁ ବର୍ଗେଙ୍କ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି ।
ସ୍ୱର୍ଗତ ବର୍ଗେ କେନ୍ଦୁ ମୁଣ୍ଡି ଅଞ୍ଚଳରେ ଜଣେ ବିଶିଷ୍ଟ ସମାଜସେବୀ ଏବଂ ଶବର ସଂପ୍ରଦାୟ ଆଦିବାସୀ ନେତା ଭାବରେ ବେଶ ପରିଚିତ ଥିଲେ । ସେ ତୁଲସୀଡୁଙ୍ଗରୀ ଗ୍ରାମରେ ଦୁଇ ଥର ୱ।ର୍ଡମେମ୍ବର ପଦବୀରେ ରହି ଗାଁ ଗୋଣ୍ଡଗୋଲ ଗାଁ ବୈଠକରେ ଆପୋଷ ସମାଧାନ କରିବା, ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଗାଁକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବାର ତାଙ୍କର ପ୍ରଚେଷ୍ଟା ଅବର୍ଣ୍ଣନୀୟ ।
ସ୍ୱର୍ଗତ ବର୍ଗେ କେନ୍ଦୁପତ୍ର ବିଭାଗରେ ପ୍ରାୟ ୪୦ ବର୍ଷ ଧରି ସୂଚାରୁରୂପେ କାର୍ଯ୍ୟ ସଂପାଦନ କରିଥିଲେ । ତାଙ୍କର ଅକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବିୟୋଗରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.