om academy

ଈଶ୍ୱର ଜୈନ ଜେଡଆରୟୁସିସି ସଦସ୍ୟ ମନୋନୀତ

jsm

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଚ୍ୟାମ୍ବର ଅଫ କମର୍ସର ସଭାପତି ଓ ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ରେଲୱେ ୟୁଜର୍ସ ଏସୋସିଏସନର ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ ଜୈନ ପୂର୍ବତଟ ରେଲୱେର ଜେଡଆରୟୁସିସି ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି ।
ଶ୍ରୀ ଜୈନ ଏହା ପୂର୍ବରୁ ମଧ୍ୟ ଥରେ ଏହି ସମିତିରେ ଓ ସମ୍ବଲପୁର ରେଲୱେ ମଣ୍ଡଳର ଡିଆରୟୁସିସି ସମିତିରେ ତିନି ଥର ପ୍ରତିନିଧିତ୍ୱ କରି ଟିଟିଲାଗଡ ଅଂଚଳର ରେଳ ସମସ୍ୟା ଉପରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଶ୍ରୀ ଜୈନକୁ ପୁଣି ଜେଡଆରୟୁସିସିରେ ସଦସ୍ୟ ମନୋନୀତ କରି ଥିବାରୁ ନାଗରିକ ମଞ୍ଚ ସଭାପତି ରାଧା କାନ୍ତ ପାଢ଼ୀ, ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ଲାୟନ୍ସ କ୍ଲବ ସଭାପତି ରତ୍ନାକର ସାହୁ, ଲାୟନ୍ ସଞ୍ଜୟ ସାହୁ ସହିତ ଅନେକ ସଂସ୍ଥାର ପଦାଧିକାରୀ ମାନେ ଶୁଭେଚ୍ଛା ଜଣେଇବା ସଂଗେ ଆଶା ବ୍ୟକ୍ତ କରିଛନ୍ତି ଯେ ଶ୍ରୀ ଜୈନ ଅଂଚଳର ରେଲୱେ ସମସ୍ୟାକୁ ରେଳ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟିରେ ଆଣି ସମାଧାନ ପ୍ରତି ଚେଷ୍ଟିତ ରହିବେ ।

Leave A Reply

Your email address will not be published.