om academy

କରୋନାରେ ମଧ୍ୟ ରକ୍ତଦାତାଙ୍କ ମହାନତା

jsm

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କରୋନା ସମୟରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଥିବା ବେଳେ ରକ୍ତଦାତାମାନେ ରୋଗୀଙ୍କୁ ରକ୍ତଦାନ କରି ମହାନତାର ପରିଚୟ ଦେଉଛନ୍ତି । ବେଲପଡା ବ୍ଳକର ନୁନହାଡ଼ ଗ୍ରାମର ପ୍ରେମାନନ୍ଦ ସାହୁ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କର ହିମୋଗ୍ଳୋବିନ ଚାରି ପଏଣ୍ଟ ଥିଲା ଯାହା ଫଳରେ ରକ୍ତଦେବା ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ ।

ତାଙ୍କ ପରିବାର ଲୋକେ ରକ୍ତ ପାଇଁ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ଓ ସଂଗ୍ରାମ ତ୍ରିପାଠିଙ୍କୁ ଯୋଗାଯୋଗ କରିଥିଲେ । ତାପରେ ଉଭୟେ ମିଶି ମୁରିବାହାଲ ବ୍ଳକର ସନାତନ ବଗର୍ତ୍ତୀଙ୍କୁ ଯୋଗାଯୋଗ କରିବାରୁ ବି ପଜିଟିଭ ରକ୍ତ ଦେବାକୁ ରାଜି ହୋଇଥିଲେ । ପରେ ସମସ୍ତେ ମିଶି ମୋଟର ସାଇକେଲ ଯୋଗେ ପାଟଣାଗଡ଼ ରକ୍ତଭଣ୍ଡାରକୁ ଯାଇ ରକ୍ତ ଦେଇଥିବାରୁ ରୋଗୀଙ୍କ ପରିବାର ଲୋକେ ଭୁରି ଭୁରି ପ୍ରଶଂସା କରିଥିଲେ ।

Leave A Reply

Your email address will not be published.