om academy

ସେବା ଚେରିଟେବୁଲ ଟ୍ରଷ୍ଟ ତରଫରୁ ପାଟଣାଗଡ଼ ଓ ବେଲପଡା ଡାକ୍ତରଖାନାରେ ରନ୍ଧା ଖାଦ୍ୟ ବଣ୍ଟନ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : କୋରେନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ତରଫରୁ କିଛିଦିନ ହେବ ସପ୍ତାହନ୍ତ ସଟଡାଉନ ସହ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । କୋଭିଡ-୧୯ ନିୟମ ପାଳନ ସହ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା କିଛି ଦୋକାନ କିଛି ସମୟ ପାଇଁ ଖୋଲା ରହୁଥିବା ବେଳେ କେତେକ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିଛି । କୋଭିଡ କଟକଣା ଯୋଗୁଁ ହୋଟେଲ, ଜଳଖିଆ ଦୋକାନ ବନ୍ଦ ଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀ ଓ ରୋଗୀ ସମ୍ପର୍କୀୟ ମାନଙ୍କୁ କିଛି ମାତ୍ରାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ଏହା ଛଡା ସପ୍ତାହନ୍ତ ସଟଡାଉନ ଯୋଗୁଁ ସହରର ସବୁ ଦୋକାନ ଶନିବାର ଓ ରବିବାର ଦୁଇ ଦିନ ତାଲା ପଡୁଛି । ଡାକ୍ତରଖାନା ଠାରୁ ପଡୋଶୀ ଗାଁ ମାନଙ୍କର ରୋଗୀମାନଙ୍କୁ ଖାଦ୍ୟ ଆଣିଦେବାରେ କିଛି ମାତ୍ରାରେ ସୁବିଧା ହେଉଥିବା ବେଳେ ଦୂର ଦୁରାନ୍ତ ରୋଗୀମାନଙ୍କ ପାଇଁ ଘୋର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସପ୍ତାହନ୍ତ ସଟଡାଉନକୁ ଦୃଷ୍ଟିରେ ରଖି ଓ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କ ଖାଇବା ସମସ୍ୟାର ସୁବ୍ୟବସ୍ଥା କରିବା ପାଇଁ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ସେବା ଚେରିଟେବୁଲ ଟ୍ରଷ୍ଟ ତରଫରୁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଲୟ ଓ ବେଳପଡା ଡାକ୍ତରଖାନାରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି ।

ଆଜିର ବଣ୍ଟନ କାର୍ଯ୍ୟକ୍ରମରେ ପାଟଣାଗଡ଼ ଡ଼ାକ୍ତରଖାନାରେ ଟ୍ରଷ୍ଟ ସଭାପତି ସୁନୀଲ କୁମାର ସିଂ, ଉପସଭାପତି ଗିରିରାଜ ଭୋଇ, ମରୁଆଁ ସରପଞ୍ଚ ସନ୍ତୋଷିନୀ ବିଶି, କୋଷାଧ୍ୟକ୍ଷ ପ୍ରକାଶ ସିଂ, ମନବୋଧ ବରିହା, ସିଲୁ ସାହୁ, ରୀଙ୍କୁ ନାଗ, ସଂଗ୍ରାମ ବାହୁକ, ପ୍ରମୁଖ ବଣ୍ଟନ କରିଥିବା ବେଳେ ସେହିପରି ବେଳପଡା ଡାକ୍ତରଖାନାରେ ଟ୍ରଷ୍ଟ ସଦସ୍ୟ ବନମାଳୀ ନାଏକ, ସିପୁନ ଖମାରୀ, ଅଜିତ ସାହୁ, ଜିତୁ ନାଏକ, ହରିଶ ବୁଡେକ, ଜନାର୍ଦନ ସିଂ ରାକେଶ ବାହୁକ, ଚୈତନ୍ୟ ପୁଟେଲ ପ୍ରମୁଖ ବଣ୍ଟନ କରିଥିଲେ । ଏହି ରନ୍ଧା ଖାଦ୍ୟ ପ୍ରତ୍ୟେକ ଶନିବାର ଓ ରବିବାର ଦୁଇଦିନ ଲକଡାଉନ ଥିବା ପର୍ଯ୍ୟନ୍ତ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଟ୍ରଷ୍ଟ ଉପସଭାପତି ଶ୍ରୀ ଗିରିରାଜ ଭୋଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.