om academy

କରୋନା ପ୍ରପୀଡିତଙ୍କୁ ରନ୍ଧା ଖାଦ୍ୟ ଓ ସହାୟତା ପ୍ରଦାନ : ଜଟଣୀର ଯୁବ ସମାଜସେବୀ ଗୌତମ ମହାରଣାଙ୍କ ଭୂୟସୀ ପ୍ରସଂଶା

jsm

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଟଣୀ ସହରାଞ୍ଚଳରେ କୋରନା ପ୍ରପୀଡ଼ିତ ଗରୀବ ଲୋକଙ୍କୁ ଜଣେ ଉଦୟମାନ ଯୁବକ ସମାଜ ସେବୀ ଗୌତମ ମହାରଣାଙ୍କ ଭୂମିକା ଉଲ୍ଲେଖନୀୟ ବିଷୟ ହୋଇଥିବା ଜଣାଯାଇଛି । ଯାହାକି ମହାମାରୀ କରୋନା ଜ୍ୱାଳାରେ ରାଜ୍ୟସମେତ ଜଟଣୀ ସହରରେ ଏହାର ମାତ୍ରାଧିକ ପ୍ରଭାବ ପଡିଥିବା ଅନେକ ଉଦାହରଣ ସୃଷ୍ଟି କରେ । ପ୍ରତ୍ୟେକଙ୍କ ଘରେ ଲୋକମାନେ କାମଧନ୍ଦା ଓ ବେପାର ବାଣିଜ୍ୟ ବନ୍ଦଯୋଗୁଁ ଲୋକେ ହାତବାନ୍ଧି ବସିଛନ୍ତି । ଚାରିଆଡେ ହାହାକାର ଲାଗିଛି । ଏଥି ମଧ୍ୟରେ ଅଧିକାଂଶ ଗରୀବ ଓ ଅସହାୟ ବର୍ଗର ଲୋକମାନେ ବିଶେଷ ପ୍ରଭାବିତ ହେଉଛନ୍ତି । ଦିନମଜୁରୀଆ ମାନଙ୍କୁ କାମ ମିଳୁନି ।
ଫଳରେ ସେମାନଙ୍କ ଘରେ ଅଭାବ ଅନାଟନ ଦେଖାଦେଇଛି । ତେଣୁ ଏହି ଅବସରରେ ଜଟଣୀ ରାଣୀପୁର ଅଞ୍ଚଳରେ ଯୁବ ସମାଜସେବୀ ବାପା’ମା ସେବାଶ୍ରମର ପ୍ରତିଷ୍ଠାତା ତଥା ବିଶ୍ୱକର୍ମା ମହାସଭା ସଂଗଠନର ରାଜ୍ୟ ସଭାପତି ଗୌତମ ମହାରଣା ଅସହାୟ ଓ ଗରୀବ ଶ୍ରେଣୀର ଲୋକମାନଙ୍କୁ ଏବେ ରନ୍ଧାଖାଦ୍ୟ ଯୋଗାଇବା ଆରମ୍ଭ କରିଛନ୍ତି । ନିଜଘରେ ଖାଦ୍ୟ ପ୍ରସ୍ତୁତକରି ପ୍ୟାକେଟ ମାଧ୍ୟମରେ ଖୋର୍ଦ୍ଧା ବସଷ୍ଟାଣ୍ଡ, ଖୋର୍ଦ୍ଧାରୋଡ (ଜଟଣୀ) ରେଳଷ୍ଟେସନ, ହରିଭାଇନାଛକ, ସୀତାରାମଛକ, ମହୁଲଗୁଡିଆଛକ ସହିତ ଗଳିକନ୍ଦିରେ ଆଶ୍ରୟ ନେଇଥିବା ଅସହାୟମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରିଛନ୍ତି ।
ଦୀର୍ଘ ୯ ଦିନଠାରୁ ଏହି ରନ୍ଧାଖାଦ୍ୟ ଯୋଗାଣ ଜାରିରହିଥିବା କହିଛନ୍ତି ଗୌତମ । ଏହା ଆଗକୁ ମଧ୍ୟ ବଳବତ୍ତର ରହିବ ବୋଲି ସେ କହିଛନ୍ତି । ଗତ ୨୦୨୦ ମସିହା ମହାମାରୀ କରୋନା ବିପତ୍ତି ସମୟରେ ସରକାରଙ୍କ ପକ୍ଷରୁ କରାଯାଇଥିବା ଲକଡାଉନରେ ଗରୀବ ଅସହାୟମାନଙ୍କୁ ପ୍ରଶାସନ ରନ୍ଧାଖାଦ୍ୟ ଯୋଗାଇଥିବା ବେଳେ ଚଳିତ ଲକଡାଉନରେ କୈାଣସି ବ୍ୟବସ୍ଥା କରାଯାଇନାହିଁ । ତେଣୁ ଏହି ଅସହାୟ ଓ ଗରୀବ ଲୋକମାନଙ୍କ ପ୍ରତି ଗୌତମ ସହାୟ ହୋଇଥିବା ବିଷୟରେ ଅନେକ ପ୍ରସଂଶାବ୍ୟକ୍ତ କରିଛନ୍ତି । ଏଥିରେ ବାପା’ମା ଶେବାଶ୍ରମର ସମ୍ପାଦକ ଧୀରେନ ଛୋଟରାୟ, ମାନସ ସ୍ୱାଇଁ, ଅଶୋକ ଜେନାଙ୍କ ସହିତ ଅନ୍ୟମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.