om academy

ସାହିତ୍ୟ ପ୍ରାଣ କବି ଖଗେଶ୍ଵର ସେଠଙ୍କ ୧୧୬ତମ ଜୟନ୍ତୀ ପାଳିତ

jsm

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା ସରସରା ଗ୍ରାମରେ ସାହିତ୍ୟ ପ୍ରାଣ କବି ଖଗେଶ୍ଵର ସେଠଙ୍କ ୧୧୬ ତମ ଜୟନ୍ତୀ କରୋନା କଟକଣା ପାଳନ ପୂର୍ବକ ପାଳିତ ହୋଇଯାଇଛି । ଏଥିରେ ଖଗେଶ୍ୱର ସାହିତ୍ୟ ସଂସଦର ସମସ୍ତ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ସଭାରେ ପୂର୍ବତନ ସଦସ୍ୟ ସର୍ଗତ ତେଜରାମ ଭୁଏଙ୍କ ସୃତି ଚାରଣ ପରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ପରେ ଖଗେଶ୍ୱର ସାହିତ୍ୟ ସଂସଦର ସଭାପତି ଅଧ୍ୟାପକ ଗୋପାଳ କୃଷ୍ଣ ମିଶ୍ର ଖଗେଶ୍ୱରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ ଏବଂ ତାଙ୍କୁ ସମ୍ବଳପୁରୀ ଭାଷା ସାହିତ୍ୟର ଦିଗଦର୍ଶକ ଭାବରେ ବର୍ଣ୍ଣନା କରିଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ସଂଗଠନର ସଂପାଦକ ହୃଷିକେଷ ମିଶ୍ର କବିଙ୍କୁ ସରସରା ଗ୍ରାମର ଗୌରବ ବୋଲି ମତ ଦେଇଥିଲେ । ସାମ୍ବାଦିକ ବଳରାମ ପ୍ରଧାନ ତାଙ୍କୁ ସରସରା ଗ୍ରାମର ବରପୁତ୍ର ବୋଲି ମତ ରଖିଥିଲେ ।

ଏଥିରେ ପୂର୍ବତନ ସରପଞ୍ଚ ଅବଦୂତ ଭୋଇ ଯୋଗଦାନ କରି କବିଙ୍କୁ ସମ୍ବଳପୁରୀ ସାହିତ୍ୟର କୋହିନୁର ହୀରା ଭାବରେ ଅଭିହିତ କରିଥିଲେ । ଖଗେଶ୍ୱରଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାହିତ୍ୟ ସଂସଦର ସକ୍ରିୟ ସଦସ୍ୟ ବୈକୁଣ୍ଠ ପ୍ରଧାନ, ବିବର୍ଚ୍ଛ ଭୋଇ, ସୁଶାନ୍ତ ପଣ୍ଡା, ଦଧିବାବନ ପ୍ରଧାନ, ସରୋଜ ଭୋଇ, ସାନନ୍ଦ ଭୋଇ ଓ ଆଦିତ୍ୟ ଭୋଇ ।

Leave A Reply

Your email address will not be published.