
ଛତିଶଗଡ : ଛତିଶଗଡ ତେଲେଙ୍ଗାନା ସୀମାନ୍ତ କରେଗୁଟ୍ଟା ପାହାଡ଼ରେ ଚାଲିଥିବା ଦେଶର ସବୁଠାରୁ ବଡ ମାଓ ବିରୋଧୀ ଅପରେସନରେ ସୁରକ୍ଷା ବାହିନୀକୁ ମିଳିଲା ବଡ଼ ସଫଳତା । ବୁଧବାର ସକାଳେ ଆରମ୍ଭ ହୋଇଥିବା ନକ୍ସଲ ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୨୦ରୁ ୨୨ ନକ୍ସଲ ପନ୍ଥିଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା କର୍ମୀ । ଅପରେସନ୍ କାଗାର ଜାରି ରହିଥିବା ବେଳେ ନିହତ ନକ୍ସଲଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଏହି ଅପରେସନ୍ ଉପରେ ଦିଲ୍ଲୀରୁ ନଜର ରଖିଛନ୍ତି ସିଆରପିଏଫ୍ ଡିଜି ଜ୍ଞାନେନ୍ଦ୍ର ପ୍ରତାପ ସିଂହ, ଛତିଶଗଡ ଏଡିଜି ନକ୍ସଲ ଅପ୍ସ ବିବେକାନନ୍ଦ ସିହ୍ନା, CRPF ଆଇଜି ରାକେଶ ଅଗ୍ରୱାଲ ଏବଂ ବସ୍ତର ଆଇଜିପି ସୁନ୍ଦରରାଜ । ସନ୍ଧ୍ୟା ସୁଦ୍ଧା ଏକ ଐତିହାସିକ ସଫଳତା ଆଡକୁ ଅଗ୍ରସର ହୋଇପାରେ ବୋଲି ଜଣାପଡିଛି । ଡିଆରଜି କୋବ୍ରା ସିଆରପିଏଫ ଏସଟିଏଫ ର ଜବାନ ମାନେ ନକ୍ସଲ ମାନଙ୍କୁ ନିରନ୍ତର ଉଚିତ ଜବାବ ଦେଉଛନ୍ତି ।