jsm

୫ଜଣ ନକଲି ମାଓବାଦୀଙ୍କୁ ଗିରଫ କଲା ରାୟଗଡା ପୋଲିସ

csstore

ରାୟଗଡା : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ପୋଲିସ ୫ଟି ନକଲି ମାଓବାଦୀଙ୍କୁ ଗିରଫ କରିଥିବା ଜଣାପଡିଛି । ଠିକା କ୍ୟାମ୍ପ ଉପରେ ଆକ୍ରମଣ ଓ ପୋଡାଜଳା ଘଟଣାରେ ସମସ୍ତେ ଗିରଫ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ଜାନୁଆରୀ ୨୧ ତାରିଖ ରାତିରେ ଏହି ୫ ଜଣ ଅଭିଯୁକ୍ତ କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ବୁଡାଗୁଡା ଗ୍ରାମରେ ଥିବା ଏକ ଟିକା କ୍ୟାମ୍ପରେ ଆକ୍ରମଣ ସହିତ ୨ଟି ଟ୍ରଲି ଓ ଟ୍ରକ ଜାଳି ଦେଇଥିବା ଘଟଣାକୁ ଆଧାର କରି ୫ ଜଣ ନକଲି ମାସବାଦୀଙ୍କୁ ଗିରଫ କରାଯାଇଛି । ଗିରଫ ୫ ଜଣ ଅଭିଯୁକ୍ତମାନେ ହେଲେ ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ହାନ୍ଦିପାଡୁ ଗ୍ରାମର ଗୋପାଳ ମାନ୍ଦ୍ୟା ସାହୁ, କାଶୀପୁର ଥାନା ଅନ୍ତର୍ଗତ କଞ୍ଜାଙ୍ଗମାଣ୍ଡି ଗ୍ରାମର ବଳି ମାଝୀ, ଟିକିରି ଥାନା ଅନ୍ତର୍ଗତ ରାମଗୁଡା ଗ୍ରାମର ସୀମାଞ୍ଚଳ ମାଝୀ, ଦୁକୁକାବହାଲ ଗ୍ରାମର ସନ୍ତୋଷ ରାୟ ଏବଂ ଟିକିରି ଗ୍ରାମର ଜୟନ୍ତ ନାୟକ ।

yuvodaya
Leave A Reply

Your email address will not be published.