pakka

ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱ ଏବଂ ପ୍ରଶାନ୍ତି ଏଯୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ବିଶ୍ୱ ରେଡ଼ିଓ ଦିବସ ପାଳିତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱ ରେଡ଼ିଓ ଦିସବ ୨୦୧୨ରୁ ଓଡ଼ିଶାରେ ପାଳିତ କରାଯାଉଛି । ବିଶ୍ୱ ରେଡ଼ିଓ ଦିବସର ୧୦ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ସ୍ଥିତ ଦୁଇଟି ସାମାଜିକ ଅନୁଷ୍ଠାନ ଅସ୍ତିତ୍ୱ ଏବଂ ପ୍ରଶାନ୍ତି ଏଯୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ୟୁନିଟ ୨ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଏହି ବିଶ୍ୱ ରେଡ଼ିଓ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶା ବିଧାନ ସଭାର ବାଚସ୍ପତି ମାନ୍ୟବର ସୂର୍ଯ୍ୟନାରାୟଣ ପାତ୍ର, ରାଜ୍ୟର ସୁନାମଧନ୍ୟ ୱେବ ଡ଼ିଜାଇନର ତଥା ଗଣମାଧ୍ୟମ ଆକ୍ଟିଭିଟି ଇଞ୍ଜିନଅର ବିରେନ ଦାସ, ଭାରତ ସରକାରଙ୍କର ସୂଚନା ଓ ପ୍ରସାର ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ପୋଗ୍ରାମ କୋଅଡିନେଟର ମହେନ୍ଦ୍ର ପ୍ରସାଦ ଜେନା, ଓଡ଼ିଶା ସରକାରଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ବରିଷ୍ଠ ପ୍ରବନ୍ଧକ ସୁଶ୍ରୀ ସଂଯୋଗୀତା ମିଶ୍ର ଯୋଗଦେଇ, ରେଡ଼ିଓର ଉପକାରିତା, ନିରବଚ୍ଛିନ୍ନ ଭାବେ ଗ୍ରାମୀଣ ଓ ସାରାଅଞ୍ଚଳର ଲୋକମାନଙ୍କ ସହିତ ନିବିଡ଼ ଭାବରେ ଆଲୋଚନା କରିଥିଲେ ।

ଏହି କାର୍ୟ୍ୟକ୍ରମଟିକୁ ପରିବେଶବିତ ରୋଟାରୀଆନ ପ୍ରଫେସର ଡ.ଅଚ୍ୟୁତାନନ୍ଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏହି କାର୍ୟ୍ୟକ୍ରମ ଅବସରରେ ଅସ୍ତିତ୍ୱ ଓ ପିଇସିଟି ତରଫରୁ ଏକ ପ୍ରତିଯୋଗିତା କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ୟ୍ୟକ୍ରମରେ ବହୁ ପ୍ରତିଯୋଗୀମାନେ ଓଡ଼ିଶା ବାହାରୁ ମଧ୍ୟ ରେଡ଼ିଓ ସହ ସେଲ୍ଫି ପଠାଇ ପୁରସ୍କାର ପାଇଥିଲେ । କାର୍ୟ୍ୟକ୍ରମରେ କଣ୍ଠଶିଳ୍ପୀ ସୁଶ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀଙ୍କୁ ସମ୍ମାନିତ କରାଯାଇଥିଲା ଓ କେତେକ ପ୍ରତିଯୋଗୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ୟ୍ୟକ୍ରମ କରାଯାଇଥିଲା । ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଉପହାର ଦେଇ ରେଡ଼ିଓ ସହ ତାଙ୍କର ସମ୍ପର୍କକୁ ସମ୍ମାନିତ କରାଯାଇଥିଲା । ବିଭିନ୍ନ ପ୍ରକାର ରେଡ଼ିଓ ପ୍ରତି ଆଗ୍ରହ କରାଯାଇଥିଲା । ମୋଟ ଉପରେ ଏହି କାର୍ୟ୍ୟକ୍ରମଟି ଅଂଶଗ୍ରହଣ କାରୀଙ୍କ ପାଇଁ ନିର୍ଦ୍ଧାରିତ କରାଯାଇ ଏକ ନିଆରା ଢ଼ଙ୍ଗରେ ପାଳନ କରାଯାଇଥିଲା । କାର୍ୟ୍ୟକ୍ରମଟିକୁ ଅସ୍ତିତ୍ୱର ସମ୍ପାଦିକା ଡ.ମମତା ଦାଶ ସଂଚଳନା କରିଥିଲେ ଏବଂ ପିଇସିଟିର ଅଧ୍ୟକ୍ଷା ତପସ୍ୱିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

three + 16 =