csstore

ସମ୍ବଲପୁରରେ ଜବତ ହେଲା ୨୫୦୦୦ ପ୍ୟାକେଟ୍ ନକଲି ସର୍ଫ ଏକ୍ସେଲ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁରରେ ନକଲି ଡିଟର୍ଜେଣ୍ଟ ଗୋଦାମ ଉପରେ ଚଢାଉ । ଅଇଁଠାପାଲି ପୋଲିସ ନକଲି କାରଖାନା ଉପରେ ଚଢାଉ କରି ପାଖାପାଖି ୨୫୦୦୦ ପ୍ୟାକେଟ୍‌ ସର୍ଫ ଜବତ କରିଥିବା ବେଳେ ନକଲି ସର୍ଫ ତିଆରି କରୁଥିବା ଗୋଦାମ ମାଲିକ ଆଶିଷ ଅଗ୍ରଓ୍ବାଲଙ୍କ ଠାରୁ ୨୩୯ ବ୍ୟାଗ୍‌ ଜବତ କରିବା ସହ ମାଲିକଙ୍କୁ ପୋଲିସ ଗିରଫ କରିଛି । ଚଢ଼ାଉ ବେଳେ ପ୍ରଥମେ ଗଚ୍ଛିତ ଥିବା ଗୋଟିଏ ବସ୍ତା ଡିଟର୍ଜେଣ୍ଟ ପାଉଡରକୁ ପରୀକ୍ଷଣ କରାଯାଇଥିଲା । ତାହା ନିମ୍ନମାନର ତଥା ନକଲି ବୋଲି ଜଣାପଡ଼ିବା ପରେ ପୋଲିସ ସମସ୍ତ ୨୩୯ ବ୍ୟାଗକୁ ଜବତ କରି ଟେଷ୍ଟ ପାଇଁ ପଠାଇବ । ହିନ୍ଦୁସ୍ଥାନ ଲିବରର ସର୍ଫ ଏକ୍ସେଲ ବ୍ରାଣ୍ଡିଂର ପ୍ୟାକେଜିଂ କରି ସର୍ଫ ବିକ୍ରି କରାଯାଉଥିଲା । ଜବତ ହୋଇଥିବା ସମସ୍ତ ବସ୍ତାରୁ ସର୍ଫ ଏକ୍ସେଲ ବ୍ରାଣ୍ଡିଂ ଡିଟର୍ଜେଣ୍ଟ ପାଉଡର ମିଳିଛି । ଘଟଣାସ୍ଥଳରେ ଅତିରିକ୍ତ ଏସପି, ଅଇଁଠାପାଲି ଥାନା ଅଧିକାରି, ଖେତରାଜପୁର ଥାନା ଅଧିକାରୀ ସାମିଲ୍ ଅଛନ୍ତି ।

jayashree
Leave A Reply

Your email address will not be published.