pakka

ବଲାଙ୍ଗିର ନାଗରିକ କମିଟିର ଗୁରୁଦିବସ ପାଳିତ : ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ – ପ୍ରଫେସର ପତି

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ନାଗରିକ କମିଟି ଆନୁକୁଲ୍ୟରେ ପ୍ରଥମ ଥର ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଭାପତି ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଡା.ପ୍ରଫେସର ମଧୁସୁଦନ ପତି, ରାଷ୍ଟ୍ର ନିର୍ମାଣରେ ଶିକ୍ଷକମାନଙ୍କର ଭୂମିକା ରହିଛି, ଶିକ୍ଷକମାନେ ମଧ୍ୟ ମର୍ଯ୍ୟାଦପୂର୍ଣ୍ଣ ହୋଇ ତ୍ୟାଗ, ନିଷ୍ଠା, ଦୟାବାନ ଓ କର୍ତ୍ତବ୍ୟ ପରାୟଣ ହେବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ରୂପେ ଡା. ଲକ୍ଷ୍ମୀକାନ୍ତ ମହାପାତ୍ର ଯୋଗ ଦେଇ ଆନନ୍ଦମୟ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଶିକ୍ଷୟିତ୍ରୀ କସ୍ତୁରୀ ରଥ ଓ ଶିକ୍ଷକ ବିଶେଶ୍ୱର ପୂଜାରୀଙ୍କୁ ତାଙ୍କର ଉତ୍ତମ ଶିକ୍ଷା ପ୍ରଦାନ ସହ ଅନ୍ୟାନ୍ୟ ପ୍ରତିଭା ପାଇଁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଧାରଣ ସଂପାଦକ ମନୋରଂଜନ ସାହୁ ଗୁରୁ ଦିବସ ସମ୍ବନ୍ଧରେ ସୂଚନା ପ୍ରଦାନ କରି ସଭାକୁ ସଂଯୋଜନା କରିଥିଲେ । ଅନ୍ୟତମ ଅତିଥି ରୂପେ ଅଖିଲ ଚନ୍ଦ୍ର ହୋତା ଯୋଗ ଦେଇଥିଲେ । ସଭାରେ କମିଟିର ସଭ୍ୟ ତଥା ଶିକ୍ଷକ ଗୋପଭୂଷଣ ନାଥ, ପୀତବାସ ପଣ୍ଡା, ତରଣୀସେନ ପଟେଲ, ବ୍ରଜରାଜ ପୁରୋହିତ, ଧର୍ମବ୍ରତ ରଥ, ଡା. ଜି.କେ. ମିଶ୍ର ପ୍ରମୁଖ ଗୁରୁ ଦିବସ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ଗଜେନ୍ଦ୍ର ଭ୍ରମର, ସହ-ସଂପାଦକ ଚକ୍ରପାଣି ଦାଶ, କାର୍ଯ୍ୟକାରୀ ସମିତିର ଜୟରାମ ମିଶ୍ର, ମନୋରଂଜନ ପୁରୋହିତ, ଦିବାକର ହୋତା, ପ୍ରଫେସର ସୁରେନ୍ଦ୍ର ତ୍ରିପାଠି, ବାଦଲ ମହାକୁର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସହରର ବୁଦ୍ଧିଜୀବୀ ତଥା ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

four × 4 =