pakka

ଗୁରୁ ଦିବସ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଆନୁକୁଲ୍ୟରେ ସହରର ଜନ କଲ୍ୟାଣ ମଣ୍ଡପ ଠାରେ ସଂଘର ସହ-ସଂପାଦିକା ଅନୁପମା ପ୍ରହରାଜଙ୍କ ଆବାହନ କ୍ରମେ ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ପୁଇଁନ୍ତଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଦେଓଗାଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଗୁରୁ ଦିବସ ସମାରୋହ ପାଳିତ ହୋଇଯାଇଛି । ଲୋକନାଥ ସୁନା ଓ ଗୋବର୍ଦ୍ଧନ ଭୋଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଜିଲ୍ଲା ଶିକ୍ଷକ ସମାଜ ଉଦ୍ଦେଶ୍ୟରେ ଅନେକ ମୁଲ୍ୟବାନ ତଥ୍ୟ ଉପସ୍ଥାପନ କରି, ଶିକ୍ଷକ ସମାଜକୁ ଶିକ୍ଷା ଏକ ବୃତ୍ତି ନୁହେଁ ବ୍ରତ ଭାବେ ଗ୍ରହଣ କରିବାକୁ ଅନୁପ୍ରାଣିତ କରିଥିଲେ । ଏହି ସଭାରେ ଗିରିଶ ଚନ୍ଦ୍ର ପଣ୍ଡା, ବଂଶିଧର ସାଙ୍କୁ ସମ୍ମାନିତ କରାଯାଇଥିଲା । ମଧୁସୁଦନ ନାୟକ “ନୂତନ ଶିକ୍ଷା ନୀତି” ଉପରେ ଆଲୋକପାତ କରିଥିଲେ । ଆନନ୍ଦ କୁମାର ଯୋଷୀ ଓ ଆଚାର୍ଯ୍ୟ ସୁଚିତ୍ର ସୁନା ଶିକ୍ଷକମାନଙ୍କର ଶୃଙ୍ଖଳା, ନିୟମିତତା ଓ ସଦାଚାର ଉପରେ ଆଲୋଚନା କରିଥିଲେ । ପ୍ରଶାନ୍ତ କୁମାର ପୁରୋହିତ ଓ ଇଦୁଭୂହଣ ଡାଙ୍ଗଙ୍କ ସଫଳ ଶିକ୍ଷକ ଜୀବନର ବର୍ଣ୍ଣନା କରାଯାଇଥିଲା । ସର୍ବଶେଷରେ ସଭାନେତ୍ରୀ ଶାନ୍ତିଲତା ସାହୁ ଉପସ୍ଥିତ ଶିକ୍ଷକ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

jay balangir
Leave A Reply

Your email address will not be published.

one × 4 =