pakka

ଟାଇଗର୍‌ ୟୁଥ୍‌ କ୍ଲବ ତରଫରୁ ନୂଆଁଖାଇ ଭେଟଘାଟ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶାନ୍ତିପଡା ସ୍ଥିତ ଟାଇଗର ୟୁଥ୍‌ କ୍ଲବ ପକ୍ଷରୁ ସନ୍ଧ୍ୟା ସମୟରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବ ସଭାପତି ପାର୍ଥ କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ମୁଖ୍ୟ ବକ୍ତା ଭାବରେ କୋଶଳ ପ୍ରବାହର ସମ୍ପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ ଓ ସମ୍ମାନିତ ଅତିଥି ଭାବେ ଡା. ଜ୍ଞାନରଂଜନ ଦାସ ଯୋଗଦାନ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ସାହୁ ନୂଆଁଖାଇ ପାଳନ ସଂପର୍କରେ ସାରା ବିଶ୍ୱକୁ ଜଣାଇବା ଆହୁରି ବାକି ଅଛି ବୋଲି ବକ୍ତବ୍ୟରେ କହିଥିବା ବେଳେ ନୂଆଁଖାଇ ସହ ମଣିଷ, ଗଛ ଓ ପ୍ରକୃତିର ନିବିଡ ସଂପର୍କ ରହିଥିବା ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ନୂଆଁଖାଇ ତିହାର ଏକତା ଓ ଭାଇଚାରାର ପର୍ବ ବୋଲି କହିଥିବା ବେଳେ ଡା. ଦାସ ନୂଆଁଖାଇ ସମସ୍ତଙ୍କୁ ଯୋଡି ରଖିବା ପାଇଁ ଏକ ନିଆରା ପର୍ବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ, ପଶ୍ଚିମ ଓଡିଶା ଯୁବା ମଂଚ, କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ଓ ମାହେଶ୍ୱରୀ ସେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଂଚ ସଂଚାଳନ କରିଥିଲେ ବିରେନ୍ଦ୍ର ପାଣ୍ଡେ ।

jay balangir
Leave A Reply

Your email address will not be published.

twenty − 13 =