pakka

ଜୀବନ ବୀମା ଅଭିକର୍ତ୍ତା ସଂଗଠନ ପକ୍ଷରୁ ବିଶ୍ରାମ ଦିବସ ପାଳନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୀବନ ବିମା ଅଭିକର୍ତ୍ତା ମାନଙ୍କ ବିଭିନ୍ନ ଦାବୀ ନେଇ ସର୍ବ ଭାରତୀୟ ସ୍ତରରେ ଚାଲିଥିବା ଆନ୍ଦୋଳନର ଅଂଶ ସ୍ୱରୂପ ବଲାଙ୍ଗିର ଶାଖା ଅଭିକର୍ତ୍ତା ସଂଗଠନ ପକ୍ଷରୁ ଆଜି ବିଶ୍ରାମ ଦିବସ ପାଳନ କରାଯାଇଛି । ଜୀବନ ବିମା ନିଗମ ପକ୍ଷରୁ ଚାଲିଥିବା ବିମା ସପ୍ତାହ ପାଳନ କାର୍ଯ୍ୟକ୍ରମରେ ମଧ୍ୟ କୌଣସି ଅଭିକର୍ତ୍ତା ଅଂଶଗ୍ରହଣ ନ କରି ଅସହଯୋଗ କରିଛନ୍ତି । ଅଭିକର୍ତ୍ତାମାନଙ୍କ କମିଶନ ବୃଦ୍ଧି, ପେନସନ ସ୍କିମ ଲାଗୁ, ମେଡିକ୍ଲେମ ସୁବିଧା, ଅଭିକର୍ତ୍ତା ମଙ୍ଗଳ ପାଣ୍ଠି ସୃଷ୍ଟି, ପଲିସି ଧାରକଙ୍କ ବୋନସ ବୃଦ୍ଧି, ଗ୍ରାଚ୍ୟୁଇଟି ରାଶି ବୃଦ୍ଧି, ସମସ୍ତ ପ୍ରିମିୟମ ସଂଗ୍ରହ କେନ୍ଦ୍ର ପରି·ଳନା ଫି ବୃଦ୍ଧି କରାଯିବା, ଜିଏସ୍‌ଟି ଉଚ୍ଛେଦ ଆଦି ବିଭିନ୍ନ ଦାବୀ ସମୁହକୁ ନେଇ ଅଭିକର୍ତ୍ତାମାନଙ୍କ ଜାତୀୟ ସ୍ତରର ମହା ସଂଗଠନ ଲିଆଫି ପକ୍ଷରୁ ବାରମ୍ବାର କେନ୍ଦ୍ର ସରକାର ତଥା ନିଗମ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସତ୍ତେ୍ୱ ଅଭିକର୍ତ୍ତାମାନଙ୍କ ପ୍ରତି ଚରମ ଅବହେଳାକୁ ନେଇ ଆନ୍ଦୋଳନ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଶାଖା ତଥା ସୋନପୁର, ପାଟଣାଗଡ ଓ ଡୁଙ୍ଗୁରିପାଲି ଉପ କାର୍ଯ୍ୟାଳୟଗୁଡିକରେ ଶାନ୍ତିପୁର୍ଣ୍ଣ ଭାବେ ଆନ୍ଦୋଳନ କରିଛନ୍ତି ଓ ଏହି କାର୍ଯ୍ୟ ଦିବସରେ ବିମା କାର୍ଯ୍ୟାଳୟ ଗୁଡିକ ଏକ ପ୍ରକାର ଠପ୍‌ ହୋଇଯାଇଥିଲା । ଅଭିକର୍ତ୍ତା ସଂଗଠନ ସଭାପତି ଅସୀମ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପାଣିଗ୍ରାହୀ, ପ୍ରତାପ ସାହୁ, କହ୍ନେଇଲାଲ ମେହେର, ଡମ୍ବୁରୁଧର ମେହେର, ଗୋଲେକ ବିହାରୀ ସାହୁ, ସାଧାରଣ ସଂପାଦକ ସରୋଜ କୁମାର ଭୋଇ, କୋଷାଧ୍ୟକ୍ଷ ସାଧୁରାମ ପୃଷ୍ଠି, ଯୁଗ୍ମ ସଂପାଦକ ସଂଜିବ କୁମାର ମିଶ୍ର, ସମୀର କୁମାର ପ୍ରଧାନ, ପୁରନ୍ଦର ମିଶ୍ର, ବରିଷ୍ଠ ଅଭିକର୍ତ୍ତା ଗିରିଧାରୀ ପାତ୍ର, ସୁରେନ୍ଦ୍ର ଅଶ୍ୱପାଳ, ଶ୍ରୀକାନ୍ତ ମିଶ୍ର, ରାମଜୀ ପ୍ରସାଦ ମିଶ୍ର, ଜୟ ମଙ୍ଗଳ ବିଶ୍ୱାଳ, ଭକ୍ତବନ୍ଧୁ ପଟେଲ, ପ୍ରଭାତ ଶ୍ରୀବାସ୍ତବ, ଲୋକନାଥ ମିଶ୍ର, ଘଡି ଗୋପାଳ ଭୋଇ, ଅଜିତ କର, ପ୍ରହଲ୍ଲାଦ ପଣ୍ଡା, ଧନେଶ୍ୱର ମଲ୍ଲିକ, ରଂଜିତ ରାଜ ସାହୁ, କୃତିବାସ କର୍ମି ପ୍ରମୁଖଙ୍କ ନେତୃତ୍ୱରେ ଆନ୍ଦୋଳାତ୍ମକ କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାର ଶତାଧିକ ଅଭିକର୍ତ୍ତା ଅଂଶଗ୍ରହଣ କରିଥିବା ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି ।

jay balangir
Leave A Reply

Your email address will not be published.

3 × one =