pakka

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ

bbehera
  • କନ୍ଧପାଲି, ହଳଦି, ଲୋଇସିଂହା ଏବିଏଫ୍‌ଏ, ବେନକେରା ଓ ଘୁଚେପାଲି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ମିଶନ ପଡିଅରେ କନ୍ଧପାଲି ୧-୦ ଗୋଲରେ ଚାଣ୍ଟିମୁଣ୍ଡାକୁ ହରାଇ ବିଜୟୀ ହୋଇଛି । କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଓ ଶତୃଘନ ସିଂହ, ବରିଷ୍ଠ ସଦସ୍ୟ ରମାକାନ୍ତ ସେଠ, ଡା. ସିଦ୍ଧେଶ୍ଵର ମିଶ୍ର ଓ ସିସିଏଫ୍‌ଏ ସଭାପତି ସୁରେନ୍ଦ୍ର ନାଗ ଅତିଥି ଭାବରେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ରେଫରି ଦେବାଶିଷ ବାଗ, ସୁଶାନ୍ତ ନାଗ, ଖଲିଲଉର ରହମାନ ଓ ରୂପେଶ ନାଗ ଖେଳ କୁ ପରିଚାଳନା କରିଥିଲେ । ଜରାସିଂହା ପଡିଆରେ ଘୁଚେପାଲି ୧-୦ ଗୋଲରେ ସିରାବାହାଲକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ କ୍ରିଡା ସଂଗଠକ ଖୁସିରାମ ମେହେର, ଅମିତ କୁମାର ତ୍ରିପାଠି, ସଦାନନ୍ଦ ପାଢି, ଜମିଦାର ଦୁର୍ଗା ପ୍ରସାଦ ସିଂଦେଓ ଯୋଗ ଦେଇଥିଲେ । ଖେଳକୁ ପରିଚାଳନା କରିଥିଲେ ସଂଜନ କୁମାର କୁଦେଇ, ଲକ୍ଷ୍ମୀଧର ମହାନ୍ତି, କୁନ୍ତେ ମେହେର ଓ ପ୍ରଶାନ୍ତ ଥନାପତି । ହଲଦି ପଡିଆ ଖେଳରେ ହଲଦି ଇବିଏଫ୍‌ଏ ୧-୦ ଗୋଲରେ ପତ୍ରାପାଲିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ମୁରିବାହାଲ ବିଡିଓ ପ୍ରୀୟ ରଂଜନ କୁମାର, ସହକାରୀ ଯନ୍ତ୍ରୀ ଅବିନାଶ ମୋଦୀ, ପ୍ରଦୀପ ପୁଟେଲ, ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ବାଗ ଯୋଗ ଦେଇଥିଲେ । ଆଶୀର୍ବାଦ ସା, ପାଣ୍ଡବ ବିଶି, ଅଶ୍ୱିନୀ ଭୁକ୍ତା ଓ ଆଶିଷଦେବ ସା ଖେଳକୁ ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ସୁନାମୁଦି ୨-୧ ଗୋଲରେ ରୁଗୁଡିମୁଣ୍ଡାକୁ ହରାଇ ବିଜୟୀ ହୋଇଛି । ସଂସଦ ବରିଷ୍ଠ ସଦସ୍ୟ ଶରତ କୁମାର ନନ୍ଦ ଓ କ୍ରୀଡା ସଂଗଠନ ଦେବରାଜ ନାହାକ ଅତିଥି ଭାବରେ ଯୋଗ ଦେଇଥିଲେ । ଖେଳରେ ରେଫରି ଭାବେ ବୈକୁଣ୍ଠ ଜେନା, ମଧୁ ବେହେରା, ପୁରୁଷୋତ୍ତମ ବୁଡେକ ଓ ଜଳନ୍ଧର ସାହୁ ଦାୟିତ୍ୱ ତୁଳାଇଥିଲେ । ସେହିପରି ଖପ୍ରାଖୋଲ ପଡିଆରେ ବେନକେରା ୨-୦ ଗୋଲରେ ଖପ୍ରଖୋଲକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ପ୍ରଧାନ ଶିକ୍ଷକ ଦ୍ୱୟ ସମ୍ବିତ ଭୋଇ ଓ ସୁଶାନ୍ତ ଦାସ ଯୋଗଦେଇଥିଲେ । ରେଫରି ଭାବରେ ଦିପକ ରାଜହଂସ, ରାଜେନ୍ଦ୍ର ସେଠ, ଦୋଳଗୋବିନ୍ଦ ମୁଣ୍ଡା ଓ ଚୈତନ୍ୟ ସାହୁ ଦାୟିତ୍ୱ ତୁଳାଇଥିଲେ । ଲୋଇସିଂହା ଷ୍ଟାଡିୟମଠାରେ ଅନୁଷ୍ଠିତ ଖେଳ ଏବିଏଫ୍‌ଏ ଲୋଇସିଂହା ୩-୦ ଗୋଲରେ ମାଣ୍ଡିଆପଦରକୁ ହରାଇ ବିଜୟୀ ହୋଇଥିଲା । ଅତିଥି ଭାବରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ । ରେଫରି ଭାବେ ସନ୍ଦିପ ତରିଆ, କରୁଣାକର ପ୍ରଧାନ, ଜିତେନ୍ଦ୍ର ପାତ୍ର ଓ ବିଜୟ କୁମାର ରଣା ଦାୟିତ୍ୱ ତୁଳାଇଥିଲେ । ୬ ତାରିଖ ମଙ୍ଗଳବାର ଦିନ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ କୁଶମେଲ ବମାନ ବିଡିଘାଟ, ଖୁଜେନପାଲି ପଡିଆରେ କୁରୁଲ ବନାମ କୁଦେଇପାଲି, ମିଶନ ପଡିଆରେ ଡିଏଫ୍‌ଏ ବଲାଙ୍ଗିର ବନାମ କରେଲଧୁଆ, ହଳଦି ପଡିଆରେ ବିଛୁ ବାହାଲି ବନାମ ହଲଦି ଜେଏମ୍‌, ଜରାସିଂହା ପଡିଆରେ ଭୁତିଆରବାହାଲ ବନାମ ଅନ୍ତଲ୍ଲା, ଲୋଇସିଂହା ଷ୍ଟାଡିୟମରେ ମନହିରା ବନାମ ଖଲିଆପାଲି, ଚୁଡାପାଲି ପଡିଆରେ ମାହାବର୍ହା ବନାମ ରେଙ୍ଗଟାସିଲ, ଖପ୍ରାଖୋଲ ପଡିଆରେ ଧଣ୍ଡାମୁଣ୍ଡା ବନାମ ମହରାପଦର ମଧ୍ୟରେ ଖେଳ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ଫୁଟବଲ ସଂପାଦକ ହେମନ୍ତ ବେହେରା ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

3 × four =