csstore

ମୁକେଶ ଜୈନ ବିଜେଡିରେ ହେଲେ ସାମିଲ : କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଲେ ନଗର ବିଜେପି ସଭାପତି ପ୍ରଶାନ୍ତ ଷଡଙ୍ଗୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ବିଜେପି ନେତା ତଥା ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡି ଦଳରେ ସାମିଲ ହେଲେ । ତେବେ ଏହି ଦଳବଦଳ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଟିଟିଲାଗଡ଼ ବିଜେପି ସଭାପତି ତଥା ବରିଷ୍ଠ ନେତା ପ୍ରଶାନ୍ତ ଷଡ଼ଙ୍ଗୀ । ସେ କହିଛନ୍ତି ଯେ, ବିଜେପି ଗୋଟିଏ ଜାତୀୟ ଦଳ ଏବଂ ବିଶ୍ୱର ଏକ ନମ୍ୱର ରାଜନୈତିକ ଦଳ । ଏହି ଦଳର ଵିଚାର ଧାରା ସାଙ୍ଗରେ ହଜ଼ାର ହଜ଼ାର କର୍ମୀ ଯୋଡି ହୋଇ ନୂଆ ଭାରତ ନିର୍ମାଣ ପାଇଁ ପରିଶ୍ରମ କରୁଛନ୍ତି । ଆଜି ଦଳରୁ କିଛି ନେତା ବିଜେଡିରେ ଯୋଗ ଦେବା ଦ୍ଵାରା ଆମ ବିଜେପି ଦଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ଆଗାମୀ ଦିନରେ ଟିଟିଲାଗଡ଼ ବିଜେପି ଦଳ ଆହୁରି ସଂଗଠିତ ହୋଇ ଦେଶ ମାତୃକା ପାଇଁ କାମ କରିବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି ।

jayashree
Leave A Reply

Your email address will not be published.