jsm

ଜଙ୍ଗଲରୁ ଉଦ୍ଧାର ଅସୁସ୍ଥ ଭାଲୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

csstore

ଭଞ୍ଜନଗର : ଏକ ଅସୁସ୍ଥ ଭାଲୁକୁ ଗୁରୁତର ଅବସ୍ଥାରେ ବନ କର୍ମଚାରୀମାନେ ଜଙ୍ଗଲରୁ ଉଦ୍ଧାର କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଭାଲୁଟିର ମୃତ୍ୟୁ ହୋଇଛି । ପରେ ଏହାର ବ୍ୟବଚ୍ଛେଦ କରାଯାଇ ଭାଲୁଟିକୁ ଲାଲ ସିଂ ନର୍ସରୀ ପରିସରରେ ପୋତି ଦିଆଯାଇଛି । ସୂଚନା ଅନୁସାରେ, ସ୍ଥାନୀୟ ଜାଡଧାର ବିଟ୍ ଆମ୍ବଝରି ସଂରକ୍ଷିତ ଜଙ୍ଗଲର ଭାଗ ନମ୍ବର – ୧୦ ଖିଲାଡି କ୍ଷୁଦ୍ର ଜଳ ପ୍ରକଳ୍ପ ନିକଟ ଏକ ଗୁମ୍ଫା ଆଗରେ ଏକ ଭାଲୁ ଅସୁସ୍ଥ ଅବସ୍ଥାରେ ପଡି ଛଟପଟ ହେଉଥିଲା । ଏହାକୁ ଦେଖି ସ୍ଥାନୀୟ ଲୋକମାନେ ବନ ବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଡିଏଫ୍ଓ ସୁଦର୍ଶନ ବେହେରା, ଏସିଏଫ ବିକ୍ରମ ଦେବ ପଟ୍ଟନାୟକ, ତାରା ସିଂ ରେଞ୍ଜର ତାରାକାନ୍ତ ଉଦଗାତା, ଗାୟଗଣ୍ଡା ବନପାଳ କୈଳାସ ନାୟକ, ତାରା ସିଂ ବନପାଳ କଳା ବଦନ ଦାଶ, ବନପାଳ ଅନୀଲ କୁମାର ପଣ୍ଡାଙ୍କ ସମେତ ବହୁ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଅସୁସ୍ଥ ଭାଲୁକୁ ଉଦ୍ଧାର କରିଥିଲେ । ପ୍ରଥମେ ତାକୁ ତାରା ସିଂ ପଶୁ ଚିକିତ୍ସକଙ୍କ ନିକଟରେ ଚିକିତ୍ସା କରାଯାଇଥିଲା । ପରେ ଭଞ୍ଜନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଭାଲୁଟିର ମୃତ୍ୟୁ ହୋଇଥିଲା । ଏନେଇ ଡିଏଫ୍ଓ ସୁଦର୍ଶନ ବେହେରା କହିଛନ୍ତି, ଅସୁସ୍ଥ ମାଇ ଭାଲୁଟିର ବୟସ ପାଖାପାଖି ୧୦ ବର୍ଷ ହୋଇଥିବା ବେଳେ ବୟସାଧିକ କାରଣରୁ ତାର ମୃତ୍ୟୁ ଘଟିଛି । ମୃତ ମାଈ ଭାଲୁଟିର ମୃତଦେହ ବ୍ୟବଚ୍ଛେଦ କରାଯାଇ ସ୍ଥାନୀୟ ଲାଲ ସିଂ ନର୍ସରୀ ପରିସରରେ ପୋତି ଦିଆଯାଇଛି ବୋଲି ଡିଏଫ୍ଓ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.