pakka

୮ ଦଫା ଦାବୀ ନେଇ ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ସ୍ମାରକପତ୍ର ପ୍ରଦାନ

bbehera

ମାଲକାନଗିରି : ଓଡିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ୮ ଦଫା ଦାବୀ ପୂରଣ ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମାଲକାନଗିରି ଜିଲ୍ଲା ଓଷ୍ଟା ସଂଘ ଶାଖାର ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି ଓ ସମ୍ପାଦକ ମନୋଜ ପାତ୍ରଙ୍କ ନେତୃତ୍ୱରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଜିଲ୍ଲାପାଳ ବିଶାଲ ସିଂଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବୀ ନେଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ମାନସ ଜେନାଙ୍କୁ ମଧ୍ୟ ଏକ ଦାବୀପତ୍ର ଦେଇଛନ୍ତି । ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜର ସବୁବର୍ଗର କର୍ମଚାରୀମାନେ ଏହି ଶୋଭାଯାତ୍ରାରେ ସାମିଲ ଥିଲେ ।

Leave A Reply

Your email address will not be published.

four − three =