pr

ଶିବଜ୍ୟୋତି ଧାମର ୨୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

dr. purohit

ବାଲୁଗାଁ : ବାଲୁଗାଁ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପରିସରରେ ହୋଇଥିବା ୨୯ତମ ଶିବଜ୍ୟୋତି ଧାମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଅନୁଷ୍ଠିତ ଉତ୍ସବର ପ୍ରାତଃ କାଳରେ ସାମୁହିକ ଯୋଗ ସାଧନ ପରେ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ଶିକ୍ଷା ପ୍ରଦାନ କରାଯାଇଥିଲା । ମଧ୍ୟାହ୍ନରେ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ସଂଚାଳିକା ବିକେ କେତକୀଙ୍କ ସଭାପତିତ୍ୱରେ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଓ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଏକ ଆଧ୍ୟାତ୍ମିକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟକେ କଟକ ଜୋନର ସହ ନିର୍ଦ୍ଦେଶିକା ବିକେ ସୁଲୋଚନା, ବିକେ କମଲେସ ଦିଦି, ମାଉଣ୍ଟ ଆବୁର ସହ ନିର୍ଦ୍ଦେଶିକା ଶିକ୍ଷା ପ୍ରଭାଗ ବିକେ ଲିନା, ରାଜ୍ୟ ସଂଯୋଜକ ବିକେ ନାଥମଲ, ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବିକେ ଅରୁଣ ପଣ୍ଡା, ଖୋର୍ଦ୍ଧାର ବରିଷ୍ଠ ରାଜଯୋଗୀ ବିକେ ଜୟ କୃଷ୍ଣ ପ୍ରମୁଖ ଯୋଗ ଦେଇଥିଲେ । ସେମାନେ ଆଧୁନିକ ସମାଜରେ ଶିବଜ୍ୟୋତି ଧାମ ତରଫରୁ ସମଗ୍ର ବିଶ୍ୱରେ ଶାନ୍ତି ପ୍ରେମ, ମୈତ୍ରୀ ଓ ଭ୍ରାତୃତ୍ୱ ମନୋଭାବ ନେଇ ନୂତନ ଦିଗଦର୍ଶନ ଗଠନ ଦିଗରେ ଆଧ୍ୟାତ୍ମିକ ଚିନ୍ତାଧାରା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ ବୋଲି କହିଛନ୍ତି ।

nrusinghnath
Leave A Reply

Your email address will not be published.