pr

ବିଭିନ୍ନ ଦାବୀକୁ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ଶ୍ରମିକ ମାନେ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ସମସ୍ତ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଆଇଏନ୍‌ଟିୟୁସି, ଏଚ୍‌ଏମ୍‌ଏସ୍‌, ଏଆଇଟିୟୁସି, ସିଆଟିୟୁ, ଏଆଇୟୁଟିୟୁସି, ଟିୟୁସିସି, ଏସ୍‌ଡବ୍ଲୁଏଫ୍‌, ଏଲ୍‌ପିଏଫ୍‌ ଓ ଅନ୍ୟାନ୍ୟ ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କ ତରଫରୁ ବାରମ୍ବାର ନିର୍ମାଣ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ଗୁଡିକର ଅନୁରୋଧ କରାଯାଇଥିଲେ ମଧ୍ୟ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏହି ସମସ୍ତ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକରଣ, ନବୀକରଣ ଓ ସମସ୍ତ ସହାୟତା ପାଇବା କ୍ଷେତ୍ରରେ ସଠିକ୍‌ ରୂପେ କାର୍ଯ୍ୟ ନ କରିଥିବାରୁ ନିର୍ମାଣ ଶ୍ରମିକ ମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି । ଯେଉଁଥି ପାଇଁ ଆଜି ଶତାଧିକ ଶ୍ରମିକ ମାନେ ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ଧାରଣାରେ ବସିଥିଲେ ଏବଂ ଦାବୀ ଗୁଡିକ ଯଥା ଶୀଘ୍ର ପୁରଣ କରିବା ପାଇଁ ଅଡି ବସିଥିଲେ ।

nrusinghnath
Leave A Reply

Your email address will not be published.