pakka

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ବରଡୋଲ ଗ୍ରାମର ଜୈନିକ ବ୍ୟକ୍ତି ରାମ ପ୍ରସାଦ ବେହେରା (୪୫) ଗତ ଦୁଇ ଦିନ ହେଲା ଘରୁ ଶୌଚ କରିବାକୁ ପୋଖରୀକୁ ଯାଇ ଆଉ ଘରକୁ ଫେରି ନଥିଲେ । ଏନେଇ ବରଗଡ଼ ଟାଉନ ଥାନାରେ ତାଙ୍କର ପୁଅ ଅଶ୍ୱିନୀ ବେହେରା ଏକ ନିଖୋଜ ରିପୋର୍ଟ ଦେଇଥିଲେ । ଆଜି ଶୁକ୍ରବାର ଦିନ ବରଡୋଲ ଖେଦାପାଲି ରାସ୍ତାରେ ଚାଷ ଜମି ଭିତରେ ଥିବା ଏକ ଜାମୁ ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଦେଖିବାକୁ ମିଳିଛି ।

Leave A Reply

Your email address will not be published.

one × two =