pakka

ଶିବିରରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କଲେ ଛତ୍ରପୁର ଆଇଆଇସି

bbehera
  • ଆମ ପୋଲିସ ପକ୍ଷରୁ ମେଗା ରକ୍ତଦାନ ଶିବିର : ୧୦୧ ୟୁନିଟ ରକ୍ତ ସଂଗ୍ରହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଙ୍ଗରୁମ୍‌ ସେମିନାର ହଲ୍‌ରେ ଆମ ପୋଲିସ ସୌଜନ୍ୟରେ ଏକ ମେଗା ରକ୍ତଦାନ ଶିବିର ଗୁରୁବାର ଦିନ ଆୟୋଜିତ ହୋଇଥିଲା । ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ମୁଖ୍ୟ ଉଦ୍ୟେକ୍ତା ତଥା ଶିବିରକୁ ପରିଚଳନା କରିଥିବା ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ପ୍ରଥମେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ବହୁ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ନିଜକୁ ଉତ୍ସର୍ଗକୃତ ଭାବେ ଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା । ସହରର ବୁଦ୍ଧିଜୀବୀ, ଏହି ଅଞ୍ଚଳର ଯୁବକ, ପୋଲିସ, ସାମାଜିକ ସଂଗଠନ ଓ ସଚେତନ ନାଗରିକ ଯୋଗଦେଇ ରକ୍ତଦାନ କରିଥିଲେ । ଶିବିରରେ ୧୦୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।
ଏପରିକି ବଉଳ ଗାଁ ପଞ୍ଚାୟତର ଜଣେ ଭିନ୍ନକ୍ଷମ ବ୍ୟକ୍ତି ଦୀନବନ୍ଧୁ ଦାସ ମଧ୍ୟ୍ୟ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମକୁ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ପରିଚଳନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ୍ୟରେ ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ ମହାରଣା, ଏସ୍‌ଡିପିଓ ଗୋତ୍ତମ କିଷାନ, ଏପିପି ରାଜେଶ କୁମାର ମିଶ୍ରଙ୍କ ସମେତ ଛତ୍ରପୁର ଥାନା ଷ୍ଟାଫ, କର୍ମଚାରୀମାନେ ପୂର୍ଣ୍ଣସହଯୋଗ କରିଥିଲେ ।

Leave A Reply

Your email address will not be published.

4 × 3 =