pakka

ସଇଁତଲା ସହରରେ ପାନୀୟ ଜଳ ଅବ୍ୟବସ୍ଥାକୁ ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ : ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

bbehera
  • ନୂତନ ଗଭୀର କୂଅ ଖନନ ଓ ସହରକୁ ପାଇପ ଯୋଗାଣ ବ୍ୟବସ୍ଥା ନେଇ ଦାବୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଦେଖାଯାଉଛି । ଯାହା ଫଳରେ ସହରବାସୀ ପାଣି ପାଇବାରୁ ବଞ୍ଚିତ ହେବା ସହିତ ଅସୁବିଧା ସମ୍ମୁଖୀନ ହେଉଥିବା ପ୍ରତିବାଦରେ ଗୁରୁବାର ଦିନ ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବଙ୍କ ନେତୃତ୍ୱରେ ସମସ୍ତ ୱାର୍ଡ ସଭ୍ୟସଭ୍ୟା ଓ ଗ୍ରାମବାସୀମାନେ ଏକତ୍ରିତ ହୋଇ ସଇଁତଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଯୁବ ଆଇନଜୀବୀ ମାନଭଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବର୍ତମାନ ପାନୀୟ ଜଳ ଯୋଗାଣରେ ସମସ୍ୟା ଅସୁବିଧା ହେଉଥିବା ଯୋଗୁଁ ଏକ ଗଭୀର କୂଅ ଖନନ ଓ ସହରକୁ ନୂତନ ପାଇପ ଯୋଗାଣ ବ୍ୟବସ୍ଥା କରି ପାନୀୟ ଜଳ ଯୋଗାଣ କରାଯାଉ ବୋଲି ନାରାବାଜି ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କୁ ୨ ଦଫା ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ସମୟରେ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ କ୍ଷୀରୋଦ୍ର ରାଉତ ଓ କନିଷ୍ଠ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ ଉପସ୍ଥିତ ରହିଥିଲେ । ଏ ସମସ୍ୟା ନେଇ କହିଲେ ଯେ, କୂଅ ଖନନ ପାଇଁ ୨୧ ଲକ୍ଷ ଓ ପାଇପ ଯୋଗାଣ ବ୍ୟବସ୍ଥା ପାଇଁ ୩୨ ଲକ୍ଷ ଟଙ୍କାର ଏଷ୍ଟ୍ରିମେଟ ବଲାଙ୍ଗିର ଜିଲ୍ଲାପାଳଙ୍କୁ ପଠାଯାଇଛି । ଖୁବ ଶୀଘ୍ର ସହରକୁ ସ୍ଵଚ୍ଛ ଓ ନିର୍ମଳ ପାନୀୟ ଜଳ ଯୋଗାଇ ଦିଆଯିବ । ଏହା ସହିତ ମେଗା ପ୍ରକଳ୍ପରେ ସଇଁତଲା ପଞ୍ଚାୟତକୁ ମଧ୍ୟ ସାମିଲ କରାଯାଇଛି । ଏହାର ମଧ୍ୟ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ବିଡ଼ିଓ ଶ୍ରୀ ନାଗ ଆନ୍ଦୋଳନକାରୀମାନଙ୍କୁ ପ୍ରତିଶୃତି ପ୍ରଦାନ କରିଥିଲେ । ଯଦି ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ପଞ୍ଚାୟତ ଲୋକ ପ୍ରତିନିଧି ଓ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନରେ ସଇଁତଲା ଓକିଲ ସଂଘ ସଭାପତି ହିଜକ୍ଷ ତାଣ୍ଡି, ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ ସେଲମା, ଓକିଲ ସୋମନାଥ ପ୍ରଧାନ, ବବୁଲୁ ପଣ୍ଡା, ଜପେଶ୍ୱର ଯାନୀ, ସମାଜସେବୀ ଦ୍ୱାରିକା ଅଗ୍ରୱାଲ, ଅଶୋକ ଯୋଶୀ, ଲଲାଟେନ୍ଦୁ ପୃଷେଠ, ବୁବୁନ ପାଣିଗ୍ରାହୀ, ରାଜା ବୈଠାରୁ, ରାକେଶ ସାହୁ, କିଶୋର ସାହୁ, ନାଏକ ସରପଞ୍ଚ ନିରୁପମା ମାଝୀ, ମେମ୍ବର ଉମାକାନ୍ତ ଭୋଇ, ସୁନୀଲ ସେଠ, ବିକ୍ରମ ସା, ରମାକାନ୍ତ ପରାଭୂଏ, ରଶ୍ମି ରଞ୍ଜନ ସିଂ ଭୋଇ, କଲ୍ୟାଣ ପୃଷେଠ, ଜସ୍ମିନ ଜାଲ, ପଦ୍ମାବତୀ ମାଝୀ, ଲଳିତା ଦଣ୍ଡସେନା, କାଞ୍ଚନ ପୁଟାଙ୍କ ସହ ସହରର ବୁଦ୍ଧିଜୀବୀ ଓ ମହିଳା ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ ।

2 Comments
  1. Dibyanshu mishra says

    Bahut sundar

Leave A Reply

Your email address will not be published.

nine − 6 =