pakka

ଛତ୍ରପୁର ଠାକୁରାଣୀଯାତ୍ରା ଦେଖିବା ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ ଆଜି ସନ୍ଧ୍ୟାରେ ଯୋଗଦେଉଛନ୍ତି !

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ସମାହିତ ହୋଇଆସୁଥିବା ଐତିହାସିକ ଠାକୁରାଣୀ ଯାତ୍ରାରେ ଦେବୀଙ୍କ ଏହି ଯାତ୍ରାଲୀଳା ଦର୍ଶନ କରିବା ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମହୋଦୟା ଶୁକ୍ରବାର ସନ୍ଧ୍ୟାରେ ଯୋଗଦେଉଥିବା ବିଷୟରେ ଯାତ୍ରାକମିଟିର ମୁଖପାତ୍ର କେ.ଚନ୍ଦ୍ରଶେଖର ରେଡ୍ଡୀ ଏକ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଗତ ୬ ତାରିଖଠାରୁ ଆରମ୍ଭ ହୋଇଆସୁଥିବା ଐତିହାସିକ ଠାକୁରାଣୀ ଯାତ୍ରା ଖୁବ୍‌ ସରଗରମ ହୋଇଉଠିଛି । ପ୍ରତ୍ୟହ ସନ୍ଧ୍ୟାରେ ଅସ୍ଥାୟୀ ଆଡ଼ପମଣ୍ଡପରେ ପ୍ରବଳ ଜନସମାଗମ ହୋଇଥାଏ । ଦେବୀଙ୍କ ତ୍ରୟୋଦଶ ଘଟଯାତ୍ରା ଦିବସରେ ସାଂସଦ ଅପରାଜିତା ଯୋଗଦେଉଥିବା ନେଇ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଘଟଯାତ୍ରା ଖୁବସରଗରମ ହେବ ବୋଲି କୁହାଯାଇଛି । ଅତି ଉଚ୍ଚକୋଟୀର ମେଢ଼, ନାଟ୍ୟପସରା, ସାଂସ୍କୃତିକ କାର୍ଯ୍ୟକ୍ରମ ବର୍ଣ୍ଣାଢ଼୍ୟ ପଟୁଆରରେ ଦେବୀଙ୍କ ଘଟଯାତ୍ରା ସାମାହିତ ହେବ ବୋଲି ଜଣାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀମତୀ ଅପରାଜିତା ଷଡଙ୍ଗୀ ୧୯୯୪ ବ୍ୟାଚ୍‌ର ଆଇଏଏସ ଅଫିସର ପାହ୍ୟାରେ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ପଦବୀରେ ଆସନ ଅଳଙ୍କୃତ କରିଥିଲେ । ପରେ ସେ ଖୋର୍ଦ୍ଧା ଜିଲ୍ଲାପାକୁ ପଦୋନ୍ନତି ହୋଇ ଏଠାରୁ ଗଲେ । ବିଜୁବାବୁଙ୍କ ମୁଖ୍ୟମନ୍ତ୍ରୀଙ୍କ ଶାସନ ଦାୟିତ୍ୱରେ ଥିବା ବେଳେ ସେ ଜଣେ ନୀତି ନିଷ୍ଠାପରତା, ଦକ୍ଷ-ପ୍ରଶାସନିକ ଅଧିକାରୀଣୀ ଭାବେ ଗଞ୍ଜାମ ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିଥିଲେ । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସଦର ଦପ୍ତରରେ ତାହାଙ୍କ ଦକ୍ଷତା ବିଷୟରେ ସମସ୍ତେ ଅବଗତ ଥିଲେ । ତତ୍କାଳୀନ ସମୟରେ ଶ୍ରୀମାନ ସନ୍ତୋଷ ଶତପଥୀ ଜିଲ୍ଲାପାଳ ଥିଲେ । ସରକାରୀ ଚାକିରି ଛାଡି ଭାରତୀୟ ଜନତାପାର୍ଟିରେ ୨୭ ନଭେମ୍ବର ୨୦୧୮ରେ ଯୋଗଦେଇଥିଲେ । ଆକସ୍ମିକ ଭାବେ ୨୦୧୯ ସାଧାରଣନିର୍ବାଚନରେ ଲୋକସଭାରେ ପ୍ରାର୍ଥୀହୋଇ ବିପୁଳ ଭୋଟରେ ବିଜୟଲାଭ କରିଥିଲେ । ଛତ୍ରପୁର ନିର୍ବାଚନମଣ୍ଡଳୀରେ ଭାଜପାକୁ ଦୃଢ଼ୀଭୂତ କରିବା ନିମନ୍ତେ ଅନ୍ୟଏକ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଛତ୍ରପୁରରେ ଯୋଗଦେଉଥିବା ଜଣାଯାଏ । ଆଜି ମ୍ୟାଡ଼ମ୍ ପୁଣି ସେହି ପୁରୁଣା କର୍ମକ୍ଷେତ୍ର ସ୍ଥାନରେ ପାଦଦେଉଛନ୍ତି ବୋଲି ସେ ଖୁସି ଅନୁଭବ କରୁଛନ୍ତି ବୋଲି ବିଭିନ୍ନ ମହଲରେ କୁହାଯାଏ ।

Leave A Reply

Your email address will not be published.

20 − two =