pakka

କନଗାଁରେ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ତଦନ୍ତ ଜାରି

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା କନଗାଁ ଗ୍ରାମରେ ଜଣେ ନାବାଳକଙ୍କ ଝୁଲନ୍ତା ମୃତଦେହ ଖପ୍ରାଖୋଲ ପୋଲିସ ଉଦ୍ଧାର କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ କନଗାଁ ଗ୍ରାମର ଶ୍ୟାମ ବରିହାଙ୍କ ପୁଅ ସତ୍ୟ ବରିହା (୧୭) ଗତକାଲି ପ୍ରାୟ ରାତି ୯ଟା ସମୟରେ ବାପା ମା’ ସହ ଖାଇ ସାରି ଚାଲିଯାଇଥିଲେ । ଆଜି ସକାଳ ଭୋର ସମୟରେ ପୁଅ ବେକରେ ରସି ଲାଗି ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ଶ୍ରୀ ବରିହା । ସେ ତୁରନ୍ତ ଖପ୍ରାଖୋଲ ପୋଲିସକୁ ଖବର ଦେଇଥିଲେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାରୁ ଖପ୍ରାଖୋଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

four − three =