pakka

ଯୁଧିଷ୍ଠିର ମିଶ୍ର ମେମୋରିଆଲ କ୍ରିକେଟ କପ୍‌ ଉଦ୍‌ଯାପିତ : ଶିକ୍ଷା ବିଭାଗ ହେଲା ଚମ୍ପିଆନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟଠାରେ ଅନୁଷ୍ଠିତ ଯୁଧିଷ୍ଠିର ମିଶ୍ର ମେମୋରିଆଲ କ୍ରିକେଟ କପ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ଗତ ବୁଧବାର ଦିନରୁ ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ଇତିହାସ ବିଭାଗକୁ ହରାଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଆଜି ଉଦ୍‌ଯାପନି ଉତ୍ସବରେ ପୂର୍ବତନ ଛାତ୍ର ତଥା ଉଦ୍ୟୋଗପତି ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ପୂର୍ବକ ଫାଇନାଲ ମ୍ୟାଚ୍‌ର ଶୁଭାରମ୍ଭ କରିଥିଲେ । ପରେ ପରେ ଫାଇନାଲ ମ୍ୟାଚ୍‌ ଆରମ୍ଭ ହୋଇଥିଲା । ଇତିହାସ ବିଭାଗ ନିର୍ଦ୍ଧାରିତ ୮ ଓଭରରେ ସମସ୍ତ ୱିକେଟ ହରାଇ ୬୪ ରନ ସଂଗ୍ରହ କରିଥିଲେ । ଶିକ୍ଷା ବିଭାଗ ୭.୩ ଓଭରରେ ୫ ୱିକେଟ ବିନିମୟରେ ଅବଶ୍ୟକୀୟ ରନ ସଂଗ୍ରହ କରିବା ସହ ୫ ୱିକେଟରେ ବିଜୟ ଲାଭ କରିଥିଲେ । ମ୍ୟାଚ୍‌ ଶେଷ ହେବା ପରେ ବିଶ୍ୱ ବିଦ୍ୟାଳୟଛାତ୍ରୀଙ୍କ ମନୋରଞ୍ଜନ ପାଇଁ ମ୍ୟୁଜିକ ଚେଆର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି କୌତୁହଳପୁର୍ଣ୍ଣ ପ୍ରତିଯୋଗିତାରେ ମିନାକ୍ଷୀ ମେହେର ବିଜୟୀ ହୋଇଥିଲେ । ଶେଷରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର କ୍ରିକେଟ ଚମ୍ପିଆନ ଓ ରନର୍ସ ଅପ୍‌ ଦଳକୁ ଟ୍ରଫି ପ୍ରଦାନ କରିବା ସହ ମ୍ୟୁଜିକାଲ ଚେଆର ପ୍ରତିଯୋଗିତାର ବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ମ୍ୟାଚ ପରବର୍ତ୍ତି ସଭାରେ ଶ୍ରୀ ମିଶ୍ର ଆୟୋଜକ କମିଟିକୁ ଏହି ପ୍ରତିଯୋଗିତାର ଆୟୋଜନ ପାଇଁ ଧନ୍ୟବାଦ ଜ୍ଞାପନ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳ ଭାବନାକୁ ଆହୁରି ବଢାଇବା ଆହ୍ୱାନ କରିଥିଲେ । ଯଦ୍ୱାରା ଜିଲ୍ଲାରୁ ଅନେକ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡାରେ ରାଜ୍ୟ ତଥା ଜାତୀୟ ସ୍ତରରେ ଅଂଶଗ୍ରହଣ କରିବା ସହ ମାଟିର ନାଁ ରଖିବେ ବୋଲି ମତବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବୁଲୁ ଦାନୀ, ଅସିତ ମିଶ୍ର, ବ୍ୟାସଦେବ ନନ୍ଦ, ରାହୁଲ ସାହୁ, ନାସିର ଖାନ, ସଞ୍ଜୟ ମିଶ୍ର, ପ୍ରଦୋଷ ପାଣିଗ୍ରାହୀ, ଅଙ୍କିତ ସାହୁ, ଅଜିତ ମହାନନ୍ଦ ମଞ୍ଚାସିନ ଥିବା ବେଳେ ଶୁଭେନ୍ଦୁ ସାହୁ, ଅଂଚଳ ପଣ୍ଡା, ଦୀନେଶ ସାହୁ, ବିଶାଲ ପଶାୟତ, ନିରଞ୍ଜନ ମିଶ୍ର, ସରୋଜ ସାହୁ, ନୀତିଶ ପ୍ରଧାନ, କ୍ରିଷ୍ଣା ପାତ୍ର, ଗାର୍ଗି ମିଶ୍ର, କିଷନ ମୁଗ୍ରୀ, ଓମ ରାଉତ ସୋମ୍ୟ ପାଣ୍ଡିଆ, ବିଷ୍ଣୁ ପ୍ରସାଦ ଭୋଇ, ବିଧୁ, ନାରାୟଣ ଓ ଶ୍ରୀକାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟଠାରେ ଅନୁଷ୍ଠିତ ଯୁଧିଷ୍ଟିର ମିଶ୍ର ମେମୋରିଆଲ କ୍ରିକେଟ କପ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ଗତ ବୁଧବାର ଦିନରୁ ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଆଜି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ଇତିହାସ ବିଭାଗକୁ ହରାଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ଆଜି ଉଦ୍‌ଯାପନି ଉତ୍ସବରେ ପୂର୍ବତନ ଛାତ୍ର ତଥା ଉଦ୍ୟୋଗପତି ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ପୂର୍ବକ ଫାଇନାଲ ମ୍ୟାଚ୍‌ର ଶୁଭାରମ୍ଭ କରିଥିଲେ । ପରେ ପରେ ଫାଇନାଲ ମ୍ୟାଚ୍‌ ଆରମ୍ଭ ହୋଇଥିଲା । ଇତିହାସ ବିଭାଗ ନିର୍ଦ୍ଧାରିତ ୮ ଓଭରରେ ସମସ୍ତ ୱିକେଟ ହରାଇ ୬୪ ରନ ସଂଗ୍ରହ କରିଥିଲେ । ଶିକ୍ଷା ବିଭାଗ ୭.୩ ଓଭରରେ ୫ ୱିକେଟ ବିନିମୟରେ ଅବଶ୍ୟକୀୟ ରନ ସଂଗ୍ରହ କରିବା ସହ ୫ ୱିକେଟରେ ବିଜୟ ଲାଭ କରିଥିଲେ । ମ୍ୟାଚ୍‌ ଶେଷ ହେବା ପରେ ବିଶ୍ୱ ବିଦ୍ୟାଳୟଛାତ୍ରୀଙ୍କ ମନୋରଞ୍ଜନ ପାଇଁ ମ୍ୟୁଜିକ ଚେଆର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି କୌତୁହଳପୁର୍ଣ୍ଣ ପ୍ରତିଯୋଗିତାରେ ମିନାକ୍ଷୀ ମେହେର ବିଜୟୀ ହୋଇଥିଲେ । ଶେଷରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର କ୍ରିକେଟ ଚମ୍ପିଆନ ଓ ରନର୍ସ ଅପ୍‌ ଦଳକୁ ଟ୍ରଫି ପ୍ରଦାନ କରିବା ସହ ମ୍ୟୁଜିକାଲ ଚେଆର ପ୍ରତିଯୋଗିତାର ବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ମ୍ୟାଚ ପରବର୍ତ୍ତି ସଭାରେ ଶ୍ରୀ ମିଶ୍ର ଆୟୋଜକ କମିଟିକୁ ଏହି ପ୍ରତିଯୋଗିତାର ଆୟୋଜନ ପାଇଁ ଧନ୍ୟବାଦ ଜ୍ଞାପନ କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳ ଭାବନାକୁ ଆହୁରି ବଢାଇବା ଆହ୍ୱାନ କରିଥିଲେ । ଯଦ୍ୱାରା ଜିଲ୍ଲାରୁ ଅନେକ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡାରେ ରାଜ୍ୟ ତଥା ଜାତୀୟ ସ୍ତରରେ ଅଂଶଗ୍ରହଣ କରିବା ସହ ମାଟିର ନାଁ ରଖିବେ ବୋଲି ମତବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବୁଲୁ ଦାନୀ, ଅସିତ ମିଶ୍ର, ବ୍ୟାସଦେବ ନନ୍ଦ, ରାହୁଲ ସାହୁ, ନାସିର ଖାନ, ସଞ୍ଜୟ ମିଶ୍ର, ପ୍ରଦୋଷ ପାଣିଗ୍ରାହୀ, ଅଙ୍କିତ ସାହୁ, ଅଜିତ ମହାନନ୍ଦ ମଞ୍ଚାସିନ ଥିବା ବେଳେ ଶୁଭେନ୍ଦୁ ସାହୁ, ଅଂଚଳ ପଣ୍ଡା, ଦୀନେଶ ସାହୁ, ବିଶାଲ ପଶାୟତ, ନିରଞ୍ଜନ ମିଶ୍ର, ସରୋଜ ସାହୁ, ନୀତିଶ ପ୍ରଧାନ, କ୍ରିଷ୍ଣା ପାତ୍ର, ଗାର୍ଗି ମିଶ୍ର, କିଷନ ମୁଗ୍ରୀ, ଓମ ରାଉତ ସୋମ୍ୟ ପାଣ୍ଡିଆ, ବିଷ୍ଣୁ ପ୍ରସାଦ ଭୋଇ, ବିଧୁ, ନାରାୟଣ ଓ ଶ୍ରୀକାନ୍ତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

five × 2 =