pakka

ବରଗଡ଼ ସହରରେ ଲାଗିଥିବା ସମସ୍ତ ସିସିଟିଭିକୁ କାର୍ଯ୍ୟକ୍ଷମ କରାଯାଉ : ଆପ୍

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଦିନକୁ ଦିନ ବରଗଡ଼ ସହରର କଳେବର ବୃଦ୍ଧି ପାଉଥିବା ବେଳେ ଜନସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢି ଚାଲିଛି । ସେହିପରି ଅପରାଧ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ୨୦୧୯ ମସିହାରେ ବରଗଡ଼ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି କିନ୍ତୁ ଦୁଃଖର ବିଷୟ ଅଧିକାଂଶ କ୍ୟାମେରା ଏବେ ଅଚଳ ହୋଇପଡିରହିଛି । ତେଣୁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଆମ୍ ଆଦମୀ ପାର୍ଟି ବରଗଡ଼ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛନ୍ତି ।ଅନ୍ୟପଟେ ଭାରତର ରାଜଧାନୀ ଦିଲ୍ଲୀ ଏବେ ସିସିଟିଭି କ୍ୟାମେରା କ୍ଷେତ୍ରରେ ବିଶ୍ୱର ନଂ ୧ ସହର ହେଉଛି । ପ୍ରତି ବର୍ଗ ମାଇଲ ୧୮୩୬ଟି ସିସିଟିଭି ଲାଗିଥିବା ବେଳେ ଲଣ୍ଡନରେ ୧୧୩୮ଟି ସିସିଟିଭି ସହ ଦ୍ୱିତୀୟ ସ୍ଥାନରେ ରହିଛି । ଦିଲ୍ଲୀରେ ମୋଟ ୨ ଲକ୍ଷ ୭୫ ହଜାର କ୍ୟାମେରା ଲାଗିଥିବା ବେଳେ ଆଉ ୧ ଲକ୍ଷ ୪୦ ହଜାର କ୍ୟାମେରା ଲାଗିବ । ଏହା ଦ୍ଵାରା ମହିଳା ସୁରକ୍ଷା ବୃଦ୍ଧି ପାଇବା ସହ ଅପରାଧୀଙ୍କୁ ଧରିବାରେ ଏହା ପୋଲିସକୁ ସାହାୟକ ହେଉଛି ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ରାଜ୍ୟ ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା, ମହିଳା ନେତ୍ରୀ ମରିୟମ ବାର୍ଳା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

12 + 11 =