pakka

ଲ୍ୟାଣ୍ଡ ମାଇନରେ ମୃତ ସାମ୍ବାଦିକଙ୍କ ପରିବାରକୁ ପହଞ୍ଚିଲେ ତହସିଲଦାର

bbehera

ମ.ରାମପୁର, (ହେମନ୍ତ ସାହୁ) : ଗତ ଶନିବାର ଦିନ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଦୁଲେନ ଛକ ନିକଟରେ ହେଇଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରଲୋକ ହେଇଥିଲା । ତେବେ ସରକାରଙ୍କ ତରଫରୁ ୧୩ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେବାକୁ ଥିବା ବେଳେ ଚାରି ଲକ୍ଷ ଦିଆଯାଇଛି । ବକେୟା ୯ ଲକ୍ଷ ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାକୁ ମ.ରାମପୁର ତହସିଲଦାର ସୁଶ୍ରୀ ସୁଚରିତା ମୁଗ୍ରୀ ଆଜି ମୃତ ରୋହିତଙ୍କ ପରିବାରକୁ ଯାଇ ଦେଖା କରିଥିଲେ । ପରିବାର ବର୍ଗଙ୍କୁ ସମବେଦନା ସହ ଶୀଘ୍ର ସମସ୍ତ ଆବଶ୍ୟକିୟ କାଗଜପତ୍ର ପ୍ରସ୍ତୁତ କରାଯିବ ବୋଲି କହିଥିଲେ । ସାକ୍ଷାତ ସମୟରେ ସମାଜସେବୀ ଗୋକୁଳାନନ୍ଦ ବିଶ୍ୱାଳ ଓ ଶୁକଦେବ ସାହୁଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

18 + 9 =