pakka

ଦେଓଗାଁ ସ୍ଥିତ ବନ୍ଦ ପଡିଥିବା ବିଜୟାନନ୍ଦ ଚିନିକଳ କାର୍ଯ୍ୟକ୍ଷମ ଦାବୀ : ୧୨୬ ଦିନରେ ପହଂଚିଲା ଅନିଶ୍ଚିତକାଳୀନ ଧାରଣା

bbehera

ଦେଓଗାଁ, (କେପିଏନ୍‌ଏସ୍‌) : ବର୍ତ୍ତମାନ ଦେଓଗାଁ ସ୍ଥିତ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ଗତ ୧ ସେପ୍ଟେମ୍ବର ୨୦୨୧ ଠାରୁ ଚିନିକଳ ସମ୍ମୁଖରେ ଆଜିକୁ ୧୬୫ ଦିନ ଅନିଶ୍ଚିତକାଳୀନ ଧାରଣା ଜାରି ରହିଛି । ଯେପର୍ଯ୍ୟନ୍ତ ସରକାର ଚନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନ ନେବା ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଧାରଣାରେ ବସିଥିବା ବିକ୍ଷେଭକାରୀମାନେ କହିଛନ୍ତି । ଦେଓଗାଁ ସ୍ଥିତ ୨୦୧୪ ଠାରୁ ବନ୍ଦ ପଡିଥିବା ଲାଭ ଦାୟକ ବିଜୟାନନ୍ଦ ଚିନିକଳ କାର୍ଯ୍ୟକ୍ଷମ ଦାବୀକୁ ଚଳିତ ପଂଚାୟତ ନିର୍ବାଚନରେ ନିଜର ରାଜନୈତିକ ଦଳ ତଥା ବ୍ୟକ୍ତିଗତ ପ୍ରାର୍ଥୀ ସଂକଳ୍ପ ପତ୍ର ତଥା ନିର୍ବାଚନ ପ୍ରଚାରରେ ସାମିଲ କରିବା ପାଇଁ ଆମ୍ଭେ ନିମ୍ନଲିଖିତ ଦେଓଗାଁ ଚିନିକଳ କାର୍ଯ୍ୟକ୍ଷମ ପାଇଁ ଅନିଶ୍ଚିତକାଳୀନ ଧାରଣାରେ ବସିଥିବା ରାଜନୈତିକ ଦଳ, ସାମାଜିକ ସଙ୍ଘଠନ ଏବଂ ବ୍ୟକ୍ତିଗତ ଆନ୍ଦୋଳନକାରୀ ସମସ୍ତ ପଂଚାୟତ ନିର୍ବାଚନରେ ଭାଗ ନେଉଥିବା ପ୍ରାର୍ଥୀଙ୍କୁ ଅପିଲ୍‌ ଏବଂ ଅନୁରୋଧ କରୁଅଛୁ ବୋଲି ସେମାନେ କହିଛନ୍ତି । ସେମାନେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମ୍ଭେ ନିମ୍ନଲିଖିତ ସଂସ୍ଥା ଗତ ତା. ୦୧.୦୯.୨୦୨୧ ଠାରୁ ପୁନଃ ଅନିଶ୍ଚିତକାଳୀନ ଧାରଣା ଦେଓଗାଁ ସ୍ଥିତ ବିଜୟାନନ୍ଦ ଚିନିକଳ ସମ୍ମୁଖରେ ଆଜିକୁ ୧୬୫ ଦିନ ବସିଅଛୁ । ସମସ୍ତ ରାଜନୈତିକ ଦଳ ତଥା ଜିଲ୍ଲା ପରିଷଦ ସଦସ୍ୟ ସମିତି ସଭ୍ୟ, ସରପଂଚ, ୱାର୍ଡ ମେମ୍ବର ମାନଙ୍କୁ ଅପିଲ୍‌ କରୁଅଛୁ ଯେ, ନିଜର ପ୍ରଚାର ଭାଷଣ ଲିଫଲେଟ ତଥା ସଂକଳ୍ପ ପତ୍ରରେ ବିଜୟାନନ୍ଦ ଚିନିକଳ କାର୍ଯ୍ୟକ୍ଷମ ଦାବୀକୁ ପ୍ରମୁଖ ରୂପରେ ରଖାଯାଉ ଏବଂ ଓଡିଶା ସରକାର ସାମନାରେ ଦାବୀ କରାଯାଉ । ଆମ୍ଭେ ସେହି ପ୍ରାର୍ଥୀମାନଙ୍କୁ ରାଜନୈତିକ ଦଳ ତଥା ବିଚାରଧାରାକୁ ଏଡାଇ ଦେଓଗାଁ ଚିନିକଳ ସ୍ୱାର୍ଥ ପାଇଁ ସେହି ପ୍ରାର୍ଥୀକୁ ସମର୍ଥନ ଦେଇ ତାଙ୍କର ବିଜୟ ପାଇଁ ପ୍ରଚାର କରିବା ପାଇଁ ନିଷ୍ପତି ନେଇଛୁ । ଗତ ୧୬୫ ଦିନ ହେଲା ଆମ୍ଭେମାନେ ପ୍ରେସ ବାର୍ତା, ଅନିଶ୍ଚିତକାଳୀନ ଧାରଣା, ସମ୍ମିଳନୀ, ଲିଫଲେଟ ବଂଟନ କରି ଦେଓଗାଁ ଏବଂ ବଲାଙ୍ଗିର ଫୁଲବାଣୀ, ବୌଦ୍ଧ, କଳାହାଣ୍ଡି, ନୂଆପଡା ଆଖୁ ଚାଷୀମାନଙ୍କର ସ୍ୱାର୍ଥ ପାଇଁ ସଂଘର୍ଷ କରିଆସୁଅଛୁ । ଚଳିତ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗିରର ସମସ୍ତ ୩୪ ଜିଲ୍ଲା ପରିଷଦ ଜୋନ ପ୍ରାର୍ଥୀ ସହ ପଂଚାୟତ ନିର୍ବାଚନରେ ଲଢୁଥିବା ପ୍ରାର୍ଥୀ ତଥା ଦେଓଗାଁର ଜୋନ ନଂ-୧୨, ୧୩ ରେ ବିଜୟାନନ୍ଦ ଚିନିକଳକୁ ଦେଓଗାଁର ସମସ୍ତ ୨୬ ଗୋଟି ପଂଚାୟତରେ ଲଢୁଥିବା ପ୍ରାର୍ଥୀମାନଙ୍କୁ ତାଙ୍କର ପ୍ରଚାରରେ ସାମିଲ କଲେ ନିଶ୍ଚୟ ଓଡିଶାର ନବୀନ ସରକାର ଏହି ଲାଭଦାୟକ ବିଜୟାନନ୍ଦ ଚିନିକଳକୁ କାର୍ଯ୍ୟକ୍ଷମ କରିବେ ବୋଲି ଅନୁରୋଧ କରୁଛୁ ଏବଂ ତାଙ୍କୁ ଆମ୍ଭେ ମାନ ସମର୍ଥନ ଜଣାଇ ବିଜୟୀ ହେବା ପାଇଁ ପ୍ରଚାର କରିବୁ । ଆମ୍ଭେ ଗତ ଦିନରେ ବଲାଙ୍ଗିର ଜିଲ୍ଲାପାଳ, ସମବାୟ ବିଭାଗ ମନ୍ତ୍ରୀ ସ୍ୱଂୟ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କୁ ବିଜୟାନନ୍ଦ ଚିନିକଳ କାର୍ଯ୍ୟକ୍ଷମ ପାଇଁ ମିଶି ଦାବୀପତ୍ର ଦେଇଆସିଅଛୁ । ଏହି ଅଂଚଳର ଦାଦନ, ଦାରିଦ୍ରତା, ବେରୋଜଗାରିକୁ ବିଜୟାନନ୍ଦ ଚିନିକଳ ସହ ଅନ୍ୟ କୃଷିଭିତ୍ତିକ ଶିଳ୍ପ ଯେପରି ବିଡି କାରଖାନା, ସୁତାକଳ, କପା ମଣ୍ଡି, ପରି ଫେକଟ୍ରି ଦେଓଗାଁ ତଥା ବଲାଙ୍ଗିରରେ କଲେ ଏହି ସମସ୍ୟାର ସମାଧାନ ହୋଇପାରିବ । ତେଣୁ ଏହି ଚଳିତ ପଂଚାୟତ ନିର୍ବାଚନରେ ଆମର ସମସ୍ତ ପଂଚାୟତ ପ୍ରାର୍ଥୀଙ୍କ ସହଯୋଗ ହେଲେ ବିଜୟାନନ୍ଦ ଚିନିକଳର କାର୍ଯ୍ୟକ୍ଷମ ସହ ଅନ୍ୟ କୃଷି ଭିତ୍ତିକ ଶିଳ୍ପ ଦେଓଗାଁ ଏବଂ ବଲାଙ୍ଗିରରେ ଆରମ୍ଭ ହୋଇପାରିବ । ଆସନ୍ତା ଦିନରେ ନିର୍ବାଚନର ଆଚାର ସଂହିତ ହଟିବା ପରେ ପୁନଃ ଅନିଶ୍ଚିତକାଳୀନ ଧାରଣାକୁ ଚଳାଇ ଆଖୁଚାଷୀ ସମାବେଶ ଧାରଣା ସ୍ଥଳରେ କରାଯିବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରାୟ ୨୦,୦୦୦/- ଅଖୁ ଚାଷୀଙ୍କ ହସ୍ତାକ୍ଷର ମେମୋରେଣ୍ଡମ ଦିଆଯିବ । ଆନ୍ଦୋଳନକାରୀଙ୍କ ଅପିଲ ଲିପଲେଟ ପ୍ରାର୍ଥୀମାନଙ୍କୁ ଦିଆଯିବ । ଆସନ୍ତା ମାର୍ଚ୍ଚ ୨୮, ୨୦୨୨ ଦିନ ଏକ ବିରାଟ ଆଖୁଚାଷୀ ସମାବେଶ ଦେଓଗାଁ ସ୍ଥିତ ଚିନିକଳରେ ଚାଲିଥିବା ଅନିଶ୍ଚିତକାଳିନ ଧାରଣାରେ ସକାଳ ୧୧ଟା ସମୟରେ ଅନୁଷ୍ଠିତ ହେବ ତଥା ମୁଖ୍ୟମନ୍ତ୍ରୀଙ୍କୁ ୨୦,୦୦୦ ଆଖୁଚାଷୀଙ୍କ ହସ୍ତାକ୍ଷର ମେମୋରେଣ୍ଡମ ଜିଲ୍ଲାପାଳଙ୍କ ଜରିଆରେ ଦିଆଯିବ ବୋଲି କହିଛନ୍ତି ।

jay balangir
Leave A Reply

Your email address will not be published.

twelve + nine =

error: Content is protected !!