pakka

ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

bbehera

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ପଣ୍ଡଲୋଇ ଠାରେ ଥିବା ଶୟାମ୍‌ ମେଟାଲିକ୍ସ କାରଖାନା ବାଡ ନିକଟରୁ ରେଙ୍ଗାଲି ପୁଲିସ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ମୃତ ଯୁବକ ଜଣକ ଏକ ଲାଲ୍‌ ରଙ୍ଗର ଟି-ସାର୍ଟ ଏବଂ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧି ଥିବା ବେଳେ ଯୁବକ ଜଣକଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ ବୋଲି ପୁଲିସ ଅନୁମାନ କରୁଛି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି । ଘଟଣାର ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଧବଳେଶ୍ୱର ସାହୁ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

six − three =