ଶିମିଳିପାଳ ଅଭୟାରଣ୍ୟରେ ବାଘ ଛୁଆର ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ଗୋଟିଏ କଲରାପତରିଆ ବାଘ ଛୁଆର ମୃତଦେହ ଉଦ୍ଧାର ହୋଇଛି । ବନ ବିଭାଗ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଥିବା ଜଣାପଡିଛି । ଏହାର ବୟସ ଦେଢ଼ ମାସ ହେବ । ବାଘର କେମିତି ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ସୂଚନା ଅନୁସାରେ, ଏହି ବାଘ ଛୁଆର ମୃତଦେହ ଅଭୟାରଣ୍ୟର ବୁଢ଼ୀଗାଁ ଜଙ୍ଗଲ ନିକଟରେ ପଡ଼ିଥିଲା । ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ଏହାକୁ ଦେଖି ବନ ବିଭାଗକୁ ଜଣାଇଥିଲେ । ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ ପାଇଁ ପଠାଇଛି । ଡ଼ିହାଇଡ଼୍ରେସନ ଯୋଗୁଁ ବାଘର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି । ଅନ୍ୟପଟେ ଛୁଆଟି ମାଆ ପାଖରୁ ଅଲଗା ହୋଇ ଖାଇବାକୁ ନ ପାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ ବୋଲି ଡ଼ାକ୍ତର କହିଛନ୍ତି ।

Leave A Reply

Your email address will not be published.

twelve − 5 =