ପୋଖରୀରୁ ମୃତଦେହ ଉଦ୍ଧାର

ସୋର : ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ କାନପୁର ଗ୍ରାମର ନୃସିଂହ ସାହୁଙ୍କ ମୃତଦେହ ପୋଖରୀରୁ ପୋଲିସ୍ ଉଦ୍ଧାର କରିଛି । ନୃସିଂହଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ମୃତ ନୃସିଂହ ସାହୁଙ୍କ ପୁତୁରା ଗଜେନ୍ଦ୍ର ସାହୁ ଅନନ୍ତପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଗଜେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ ପୂର୍ବରୁ କିଛି ଲୋକଙ୍କ ସହିତ ନୃସିଂହଙ୍କ ପାଟିତୁଣ୍ଡ ହୋଇ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ କେତେ ଜଣ ଗିରଫ ହୋଇଥିଲେ । ଅଭିଯୁକ୍ତମାନେ ସୋମବାର ଜେଲରୁ ଫେରିଥିଲେ । ଅନ୍ୟପକ୍ଷରେ ଗତ ସୋମବାର ରାତିରୁ ନୃସିଂହ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ଖୋଜାଖୋଜି କରି ପାଇ ନ ଥିଲେ । ତେବେ ଗୁରୁବାର ତାଙ୍କ ମୃତଦେହ ଘର ପଛପଟେ ଥିବା ପୋଖରୀରୁ ମିଳିଥିଲା ।

Leave A Reply

Your email address will not be published.

seventeen + twelve =

error: Content is protected !!