pakka

ଆର୍ଯ୍ୟନ ଇସ୍ପାତ୍‌ ହଷ୍ଟେଲ୍‌ ଛାତ ଉପରୁ ପଡି ଠିକା କର୍ମଚାରୀ ମୃତ

bbehera

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍‌ ଫୁଲଚାଙ୍ଗେର୍‌ଠାରେ ଥିବା ଆର୍ଯ୍ୟନ ଇସ୍ପାତ୍‌ କାରଖାନାର ହଷ୍ଟେଲର ଚାରି ମହଲା କୋଠା ଉପରୁ ପଡି ଜନୈକ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି । ମୃତ ଠିକା କର୍ମଚାରୀ ମୁକେଶ ଷଣ୍ଢ(୨୩) ସୁନ୍ଦରଗଡ ଜିଲ୍ଲା କୁତ୍ରାର ଅଧିବାସୀ । ସେ ଫ୍ରେଣ୍ଡ୍‌ ଇଞ୍ଜିନିୟରିଂ ନାମକ ଏକ ଠିକା ସଂସ୍ଥା ଅଧିନରେ କାମ କରୁଥିଲେ । ଗତକାଲି ସେ ରାତି ସିଫ୍ଟର କାମ ସାରି ସକାଳେ କାରଖାନାରୁ ବାହାରିଥିଲେ । ସେ ରହୁଥିବା ବେଚ୍‌ଲର୍‌ ହଷ୍ଟେଲକୁ ଆସିଥିଲେ । ସକାଳ ପ୍ରାୟ ୭ଟା ସମୟରେ ହଷ୍ଟେଲର ପଛପଟେ ତାଙ୍କର ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା । କାରଖାନା କର୍ତ୍ତୃପକ୍ଷ ଠେଲକୋଲୋଇ ପୁଲିସକୁ ସୂଚନା ଦେଇଥିଲେ । ଠେଲକୋଲୋଇ ଆଇଆଇସି ବିଧୁଭୂଷଣ ମିଶ୍ର ଫୋରେନସିକ୍‌ ଟିମ୍‌ ସହ ସଦଳବଳେ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବାର ଜଣାପଡିଛି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

jay balangir
Leave A Reply

Your email address will not be published.

two × 4 =