pakka

ବଜ୍ରପାତରେ ଯୁବକ ମୃତ

bbehera

ଦେବଗଡ : ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଗ୍ରାମରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଉତ୍ତରପ୍ରଦେଶ ମିର୍ଜାପୁର ଅଞ୍ଚଳର ଦୀପ ଚାନ୍ଦ । ସୂଚନା ଅନୁସାରେ ଦୀପ ଚାନ୍ଦ ଅନ୍ୟ କିଛି ବ୍ୟକ୍ତିଙ୍କ ସହ ଓଟ ବୁଲାଇ ପେଟ ପ୍ରତିପୋଷଣ କରୁଥିବା ବେଳେ କିଛି ଦିନ ତଳେ ଦେବଗଡ ଜିଲ୍ଲାକୁ ଆସିଥିଲେ । ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଦେଓଝରଣ ଅଞ୍ଚଳରେ ଓଟ ବୁଲାଉଥିବା ବେଳେ ବର୍ଷା ଯୋଗୁଁ ଓଟକୁ ବାନ୍ଧି ଏକ କୁଡିଆ ଘର ମଧ୍ୟରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ଏଥିରେ ଦୀପ ଚାନ୍ଦଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ଆହତ ହୋଇଛନ୍ତି । କୁଣ୍ଢେଇଗୋଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଅଧିକ ତଦନ୍ତ କରୁଛନ୍ତି ।

jay balangir
Leave A Reply

Your email address will not be published.

sixteen − 1 =

error: Content is protected !!